ନୂଆଦିଲ୍ଲୀ: ବିଶ୍ବକପରେ ଭାରତୀୟ ଦଳର ପରାଜୟ ପରେ ରାଜନୀତି ତେଜିବାରେ ଲାଗିଛି। ଗତ ତିନିଦିନ ତଳେ ରାହୁଲ ଗାନ୍ଧୀ ବିଶ୍ବକପ ହାରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥି‌ଲେ।

Advertisment

ବିଶ୍ବକପ ହାରିବା ପରେ ରାହୁଲ କହିଥି‌ଲେ,‘‘ଷ୍ଡାଡିୟମରେ ଜଣେ ‘ପନୌତି’ ଥିଲେ ଯେଉଁ କାରଣରୁ ଟିମ ହାରିଗଲା।’’

ରାହୁଲଙ୍କ ଏହି ମନ୍ତବ୍ୟ ପରେ ଆଗାମୀ ୨୫ ତାରିଖ ସୁଦ୍ଧା ତାଙ୍କୁ ଉତ୍ତର ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ମହମ୍ମଦ ସାମି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସାମି କହିଛନ୍ତି,‘‘ଏହି ବିବାଦୀୟ ପ୍ରଶ୍ନ ମୁଁ ବୁଝି ପାରୁନାହିଁ। ସାଧାରଣ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ରାଜନୀତିକୁ ମଝିରେ ପ୍ରବେଶ କରାଇବା ଉଚିତ ନୁହେଁ। ମୁଁ ଏସବୁ କିଛି ବୁଝି ପାରେ ନାହିଁ।’’

ଏଥିସହ ସେ କହିଛନ୍ତି, ‘‘ଆମେ ଯେଉଁ ସମୟରେ ମ୍ୟାଚ ହାରିଥିଲୁ ସେ ସମୟରେ କେହି ଧୈର୍ଯ୍ୟ ଧରି ରହି ପାରୁ ନଥିଲେ। ସମସ୍ତଙ୍କ ଛାତି କୋହ ଓ ଆଖି ଲୁହରେ ଭରି ଯାଇଥିଲା। ଏତିକି ବେଳେ ମୋଦୀ ଆସି ଟିମର ସଦସ୍ୟକୁ ଆଶ୍ବସନା ଦେଇ ପ୍ରୋତ୍ସାହିତ କରିଥିଲେ। ଏହା ଆମର ଆତ୍ମବିଶ୍ବାସକୁ ବଢ଼ାଇଥିଲା। ଦେଶର ଦାୟିତ୍ବସମ୍ପର୍ଣ୍ଣ ବ୍ୟକ୍ତି ଯଦି ଆପଣ ଧୈର୍ଯ୍ୟହରା ହୋଇପଡ଼ିଥିବା ସମୟରେ ଛିଡ଼ା ହୋଇଥିବେ ତେବେ ଆଉ କ’ଣ ଆବଶ୍ୟକ?’’