ନୂଆଦିଲ୍ଲୀ: ଆତ୍ମଘୋଷିତ ମାତାଜୀ ରାଧେ ମା’ଙ୍କୁ ଦିଲ୍ଲୀର ଏକ ପୁଲିସ ଷ୍ଟେସନ୍ରେ ଇନ୍୍ସପେକ୍ଟରଙ୍କ ଚେୟାରରେ ବସିଥିବା ଫଟୋ ପ୍ରକାଶ ହେବାପରେ ଦିଲ୍ଲୀ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀର ବିବେକ ବିହାର ପୁଲିସ ଷ୍ଟେସନ୍ରେ ରାଧେ ମା’ ଇନ୍ସପେକ୍ଟରଙ୍କ ଚେୟାରରେ ବସିଥିବାବେଳେ ତାଙ୍କ ନିକଟରେ ଏସଏଚଓ ସଞ୍ଜୟ ଶର୍ମା ହିନ୍ଦୁ ଦେବୀଙ୍କୁ ପିନ୍ଧାଯାଉଥିବା ଲାଲ୍ ଶାଢ଼ି ଘୋଡ଼ାଇ ହୋଇ ହାତ ଯୋଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଇଷ୍ଟର୍ଣ୍ଣ ରେଞ୍ଜ୍ର ଜଏଣ୍ଟ୍ ପୁଲିସ କମିସନର ରବିନ୍ଦ୍ର ଯାଦବ କହିଛନ୍ତି ଯେ ଜଣେ ଅତିରିକ୍ତ ଡେପୁଟି କମିସନର ଏହାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶର୍ମା କହିଛନ୍ତି ରାଧେ ମା’ ରାମଲୀଳା ଉତ୍ସବକୁ ଯାଉଥିବାବେଳେ ଓ୍ଵାସରୁମ୍ ବ୍ୟବହାର କରିବାପାଇଁ ବିବେକ ବିହାର ପୁଲିସ ଷ୍ଟେସନ ନିକଟରେ ଅଟକିଥିଲେ।
ଦିଲ୍ଲୀ ପୁଲିସ ଇନ୍ସପେକ୍ଟରଙ୍କ ଚେୟାରରେ ରାଧେ ମା’
/sambad/media/post_attachments/wp-content/uploads/2017/10/dlwn2iquiaaw0y8_1507.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)