ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ୍‌: କୋହ୍ଲାପୁର ଅଶାନ୍ତ, ଲାଠିମାଡ଼

ନୂଆଦିଲ୍ଲୀ: ଟିପୁ ସୁଲତାନଙ୍କ ବିରୋଧରେ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ୍‌ ପାଇଁ ମହାରାଷ୍ଟ୍ରର କୋହ୍ଲାପୁରରେ ବିଭିନ୍ନ ହିନ୍ଦୁ ଅନୁଷ୍ଠାନ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ ହୋଇଛି। କିଛି ସ୍ଥାନୀୟ ଲୋକ ଏକ ଆପତ୍ତିଜନକ ଅଡିଓ ବାର୍ତ୍ତା ସହ ଟିପୁ ସୁଲତାନଙ୍କ ଫଟୋ ଯୋଡ଼ି ଏହାକୁ ସେମାନଙ୍କ ସୋସିଆଲ ମିଡିଆ ଷ୍ଟାଟସ୍‌ ରଖିବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗତକାଲି କିଛି ଦକ୍ଷିଣପନ୍ଥୀ ଗୋଷ୍ଠୀର ସଦସ୍ୟ ଆନ୍ଦୋଳନ କରିଥିଲେ। ପୁଲିସ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବାପରେ ସେମାନେ ଘରକୁ ଫେରିଥିଲେ। କିନ୍ତୁ ବୁଧବାର ଆନ୍ଦୋଳନକାରୀମାନେ ପୁଣିଥ‌ରେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ହିଂସାତ୍ମକ ପ୍ରଦର୍ଶନ କରାଯାଇଛି। କିଛି ଅନୁଷ୍ଠାନ ପକ୍ଷରୁ କୋହ୍ଲାପୁର ବନ୍ଦ ଡାକରା ଦିଆଯାଇଛି ଏବଂ ସେମାନେ ଆଜି ଶିବାଜୀ ଛକ ଘେରାଉ କରିଛନ୍ତି। ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଛି । ଫଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ କରିଥିଲା। ସହରର ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଥିବାରୁ ପୁଲିସ ବାହିନୀ ହାଇଆଲର୍ଟରେ ରହିଛି।

ସମ୍ବନ୍ଧିତ ଖବର