କଙ୍ଗନାଙ୍କ ପରେ ରାମ ମନ୍ଦିର କୋଷାଧ୍ୟକ୍ଷଙ୍କ ବିବାଦୀୟ ବୟାନ, ୨୦୧୪ ପରେ ହସିବା ଆରମ୍ଭ କରିଛି ଭାରତ ମାତା

ନୂଆଦିଲ୍ଲୀ: ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ବିକାଶକୁ ପଛରେ ପକାଇ ଏବେ ଦେଶର ବରିଷ୍ଠ ଲୋକମାନେ ଅଯଥା କଳିରେ ଦେଶର ଯୁବକମାନଙ୍କୁ ମତାଇବାରେ ବ୍ୟସ୍ଥ ଅଛନ୍ତି । କଙ୍ଗନା ଦେଶର ସ୍ୱାଧୀନତା ପ୍ରାପ୍ତିନେଇ ଦେଇଥିବା ବିବାଦୀୟ ବୟାନର ନିଆଁ ଏବେ ସାରା ଦେଶରେ କୁହୁଳିବାରେ ଲାଗିଥିବା ବେଳେ ଏବେ ଅଯୋଧ୍ୟା ରାମ ମନ୍ଦିରର କୋଷାଧ୍ୟକ୍ଷଙ୍କ ବୟାନ କୁହୁଳୁଥିବା ସେହି ନିଆଁରେ ଘିଅ ଢାଳିଛି ।

ଅଯୋଧ୍ୟା ରାମ ମନ୍ଦିରର କୋଷାଧ୍ୟକ୍ଷ ତଥା ଶ୍ରୀ ରାମ ଜନ୍ମଭୂମୀ ଟ୍ରଷ୍ଟର ସଦସ୍ୟ ଗୋବିନ୍ଦ ଦେବଗିରି ମହାରାଜ କହିଛନ୍ତି ଯେ, ଭାରତ ମାତା ୭୦ ବର୍ଷ ହେବ ଦୁଃଖରେ ଥିଲେ, ୨୦୧୪ ପରେ ଧିରେ ଧିରେ ହସିବା ଆରମ୍ଭ କରିଛନ୍ତି । ପୁଣେଠାରେ ଶୁକ୍ରବାର ଦିନ ‘ସମଗ୍ର ବନ୍ଦେ ମାତରମ’ ଗ୍ରନ୍ଥ ପ୍ରକାଶନ ସମାରୋହରେ ଯୋଗଦେଇ ଗୋବିନ୍ଦ ଦେବଗିରି କହିଥିଲେ ଯେ, ବନ୍ଦେ ମାତରମରେ ଉଲ୍ଲେଖ କରାଯାଇଥିବା ଅନେକ ବିଶେଷଣ ଆଜି ପ୍ରଯୁଜ୍ୟ ନୁହେଁ। ଭାରତ ମାତା ସୁହାସିନି କି? ଭାରତ ମାତା ଏବେ କାନ୍ଦୁଛନ୍ତି। ତାଙ୍କ ମୁହଁରେ ହସ ନାହିଁ। ବନ୍ଦେ ମାତରମର ପ୍ରତ୍ୟେକ ବିଶେଷଣ ଯେମିତି ସତ୍ୟ ହେଉ, ଏହା ଉପରେ ଆମକୁ ଧ୍ୟାନ ଦେବା ଉଚିତ୍। ମୁଁ ଭାବୁଛି ଭାରତ ମାତା ୭୦ବର୍ଷ ଧରି କାନ୍ଦୁଥିଲେ। ୨୦୧୪ ପରେ ସେ ଟିକିଏ ହସିବା ଆରମ୍ଭ କରିଛନ୍ତି।

ପୂର୍ବ ସରକାରଙ୍କୁ ଟାର୍ଗେଟ କରି ଗୋବିନ୍ଦ ଦେବଗିରି କହିଛନ୍ତି ଯେ, “ଆମ ପରମ୍ପରାକୁ ଆଘାତ କରି, ଇତିହାସ ଓ ଭୂଗୋଳକୁ ଗଡବଡ କରି, ଆମ ତୀର୍ଥକ୍ଷେତ୍ରକୁ ଅପମାନିତ କରି, ଭଗବାନ ରାମଙ୍କୁ କାଳ୍ପନିକ କହି, ରାମସେତୁ କେହି ନିର୍ମାଣ କରିନଥିବା ପ୍ରମାଣ କରିବାକୁ ଯାଇ ଆମ ସରକାର ଯେଉଁ ପାପ କରିଛନ୍ତି ତାହା ତାଙ୍କ ମୁଣ୍ଡ ଉପରେ ଏବେ ବି ଲାଗି ରହିଛି। ”

ସମ୍ବନ୍ଧିତ ଖବର