କାବୁଲ୍(ଆଫଗାନିସ୍ତାନ) : ଆଫଗାନିସ୍ତାନରେ ନିୟୋଜିତ ଥିବା ଆମେରିକା ସେନାବାହିନୀ ଆତଙ୍କବାଦୀ ସଂଗଠନ ଆଇଏସ୍କୁ ସହଯୋଗ କରୁଛି ବୋଲି ଆଫଗାନିସ୍ତାନର ପ୍ରାକ୍ତନ ରାଷ୍ଟ୍ରପତି ହମିଦ କାରଜାଇ ଅଭିଯୋଗ ଆଣିଛନ୍ତି। ଋଷିଆ ଟୁଡେ ପତ୍ରିକାକୁ ଦେଇଥିବା ଏକ ବିବାଦୀୟ ସାକ୍ଷାତକାରରେ କାରଜାଇ କହିଛନ୍ତି ଯେ ଆମେରିକା ସେନା ଏବଂ ଏହାର ଗୁଇନ୍ଦା ସଂସ୍ଥା ସିଆଇଏର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ ଆଫଗାନିସ୍ତାନରେ ଆଇଏସ୍ ଯୋଦ୍ଧାଙ୍କର ବିସ୍ତାର ହୋଇଛି। ସେମାନଙ୍କୁ ଆମେରିକା ସେନା ହେଲିକପ୍ଟର ଯୋଗାଇଛି। ସେଥିରେ ଆଇଏସ୍ ଆତଙ୍କବାଦୀମାନେ ପ୍ରତ୍ୟହ ଦେଶର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଛନ୍ତି। ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣ ପରଠାରୁ ହିଁ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିଚାଲିଛି ବୋଲି କାରଜାଇ କହିଛନ୍ତି। ସେହିପରି ଆମେରିକା ଆତଙ୍କବାଦୀଙ୍କୁ ନିପାତ ପାଇଁ ଆଫଗାନିସ୍ତାନରେ ବୋମା(ମଦର ଅଫ୍ ଅଲ୍ ବମ୍ବସ୍) ପକାଇନଥିଲା, ବରଂ ଉତ୍ତର କୋରିଆକୁ ନିଜ ଶକ୍ତି ସମ୍ପର୍କରେ ଜଣାଇବା ପାଇଁ ବୋଲି ଏପରି କରିଥିଲା ବୋଲି କାରଜାଇ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରାକ୍ତନ ଆଫଗାନ୍ ରାଷ୍ଟ୍ରପତି କାରଜାଇଙ୍କ ଅଭିଯୋଗ: ଆମେରିକା ସେନା ଆଇଏସ୍କୁ ସହଯୋଗ କରୁଛି
/sambad/media/post_attachments/wp-content/uploads/2017/10/images-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)