ନୂଆଦିଲ୍ଲୀ: ଯୌନ ଅପରାଧ ନେଇ ନିକଟରେ ବିବାଦୀୟ ରାୟ ଦେଇଥିବା ମୁମ୍ବାଇ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡ଼ିୱାଲାଙ୍କ କାର୍ଯ୍ୟକାଳ ହ୍ରାସ କରାଯାଇଛି ଏବଂ ପଦୋନ୍ନତିରୁ ମଧ୍ୟ ସେ ବଞ୍ଚିତ ହେବେ ବୋଲି ଜଣାପଡ଼ିଛି। ତାଙ୍କର ଅବଶିଷ୍ଟ ସମୟ ସେ ଜଣେ ଅତିରିକ୍ତ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିବେ।
ପୂର୍ବରୁ ତାଙ୍କୁ ଦୁଇ ବର୍ଷର କାର୍ଯ୍ୟକାଳ ସୁପ୍ରିମ୍ କୋର୍ଟ କଲେଜିୟମ ଦ୍ବାରା ସୁପାରିସ କରାଯାଇଥିବା ବେଳେ ଏବେ ତାହାକୁ ୧ ବର୍ଷକୁ ହ୍ରାସ କରାଯାଇଛି। ବିଚାରପତି ଗାନେଡ଼ିୱାଲା ଜାନୁଆରି ୧୯ରେ ଏକ ରାୟରେ କହିଥିଲେ, କୌଣସି ନାବାଳିକାର ପୋଷାକ ନ ଖୋଲି ବକ୍ଷରେ ହସ୍ତ ସଂଚାଳନ କଲେ ତାହାକୁ ଯୌନ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ। ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/dgd65g4j56dg4j5gd4jdg4j564dg64dgj65.jpg)