ନୂଆଦିଲ୍ଲୀ: ଭାରତ ଚୀନ୍ରୁ ପ୍ରାୟ ୬ ଲକ୍ଷ ରୢାପିଡ୍ ଏଣ୍ଟିବଡି ଟେଷ୍ଟ୍ କିଟ୍ କିଣିଥିବା ବେଳେ ଏବେ ଏହାକୁ ନେଇ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି। ରାଜ୍ୟମାନଙ୍କ ଦ୍ବାରା ଚୀନ୍ ଏଣ୍ଟିବଡ଼ି ଟେଷ୍ଟ୍ କିଟ୍ ବ୍ୟବହାର ବନ୍ଦ ହୋଇଥିଲେ ବି ଏହାକୁ ନେଇ ବିବାଦ ବଢ଼ୁଛି ଏବଂ ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ମିଳିଥିବା ସୂଚନାନୁଯାୟୀ ରିଅଲ୍ ମେଟାବଲିକ୍ସ ନାମକ ଭାରତୀୟ ବିତରକ ଦ୍ବାରା ସରକାରଙ୍କୁ ବର୍ଦ୍ଧିତ ମୂଲ୍ୟରେ ଟେଷ୍ଟ କିଟ୍ ବିକ୍ରି କରାଯାଇଛି। ଏହି ବିତରକ ଏବଂ ଏକ ଆମଦାନକାରୀ ମଧ୍ୟରେ ହୋଇଥିବା ବିବାଦ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିବାପରେ ଏବେ ପ୍ରକୃତ ସତ ଜଣାପଡ଼ିଛି। ଏପ୍ରିଲ ୧୬ ତାରିଖରେ ଚୀନ୍କୁ ଭାରତୀୟ ରାଷ୍ଟ୍ରଦୂତ ଏକ ଟ୍ବିଟ୍ କରି କହିଥିଲେ ଯେ, ୬ ଲକ୍ଷ ୫୦ ହଜାର ଟେଷ୍ଟ୍ କିଟ୍ ଚୀନ୍ରୁ ଭାରତକୁ ପଠାଯାଇଛି। ଏହି ଟେଷ୍ଟ୍ କିଟ୍ ଗୁଡ଼ିକ ମାଟ୍ରିକ୍ସ ସଂସ୍ଥା ଦ୍ବାରା ଚୀନ୍ଠାରୁ ଗୋଟିକ ପ୍ରତି ୨୪୫ ଟଙ୍କାରେ କିଣାଯାଇଥିଲା। କିନ୍ତୁ ରିଅଲ ମେଟାବଲିକ୍ସ ଏବଂ ଆର୍କ ଫାର୍ମାସ୍ୟୁଟିକାଲ୍ସ ବିତରକଙ୍କ ଦ୍ବାରା ଏହି ଟେଷ୍ଟ୍ କିଟ୍କୁ ୬୦୦ ଟଙ୍କାରେ ସରକାରଙ୍କୁ ବିକ୍ରି କରାଯାଇଛି। ତେବେ ତାମିଲନାଡ଼ୁ ସରକାର ଏହି ଚୀନ୍ ଟେଷ୍ଟ କିଟ୍କୁ ଗୋଟିକ ପିଛା ୬୦୦ ଟଙ୍କାରେ ସମାନ ଆମଦାନୀକାରୀ ମାଟ୍ରିକ୍ସ ଠାରୁ କିଣିଥିଲେ। ତେବେ ରିଅଲ୍ ମେଟାବଲିକ୍ସ ନିଜକୁ ଏହି କିଟ୍ର ସ୍ବତନ୍ତ୍ର ବିତରକ ବୋଲି ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟ ହୃଦ୍ବୋଧ କଲେ ଯେ, କିଟ୍ର ମୂଲ୍ୟ ଅଧିକ ରହିଛି। ତେଣୁ କୋର୍ଟ ଏହି କିଟ୍ର ମୂଲ୍ୟକୁ ୪୦୦ ଟଙ୍କା ମଧ୍ୟରେ ହିଁ ରଖିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।
କୋଭିଡ୍-୧୯ ଟେଷ୍ଟ୍ କିଟ୍କୁ ନେଇ ବିବାଦ, ଭାରତ ଅଧିକ ମୂଲ୍ୟରେ ଚୀନ୍ ଟେଷ୍ଟ୍ କିଟ୍ କିଣିଛି
/sambad/media/post_attachments/wp-content/uploads/2020/04/5e703ef8a3101282065df8c6.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)