ନାଗପୁର: ମହାରାଷ୍ଟ୍ରର ନାଗପୁରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ସମ୍ବିଧାନର ଖାଲି କପି ବଣ୍ଟନ କରିଥିବା ବିଜେପି ଅଭିଯୋଗ କରିଛି। ସୋସିଆଲ ମିଡିଆରେ ମହାରାଷ୍ଟ୍ର ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମ ପୃଷ୍ଠାରେ ପ୍ରସ୍ତାବନା ବ୍ୟତୀତ କେବଳ ଖାଲି ପୃଷ୍ଠା ହିଁ ରହିଛି ଏବଂ ପୁସ୍ତକଗୁଡ଼ିକର ପ୍ରଚ୍ଛଦରେ ‘ସମ୍ବିଧାନ’ଲେଖା ଯାଇଛି। ତେବେ କଂଗ୍ରେସ ଏ ବାବଦରେ ସଫେଇ ଦେଇ କହିଛି ଯେ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତଙ୍କୁ ଏହି ନୋଟ୍ ବୁକ୍ ଦିଆଯାଇଛି ଏବଂ ତାହା ‘ସମ୍ବିଧାନ’ ନୁହେଁ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେପି ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ କରିବା ସହ ଏହାର ନେତାଙ୍କୁ ସଂରକ୍ଷଣ ବିରୋଧୀ ଓ ସମ୍ବିଧାନ ବିରୋଧୀ ବୋଲି କହିଛି। ରାହୁଲଙ୍କ କାର୍ଯ୍ୟକ୍ରମରେ ‘ସମ୍ବିଧାନ’ ଆଢ଼ୁଆଳରେ ଦିଆଯାଇଥିବା ‘ଲାଲ୍ ପୁସ୍ତକ’ ନକ୍ସଲବାଦର ପ୍ରସାର କରୁଛି ଏବଂ ରାହୁଲ ସହରୀ ନକ୍ସଲଙ୍କ ସହାୟତା ଲୋଡ଼ୁଛନ୍ତି ବୋଲି ମହାରାଷ୍ଟ୍ରର ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ କହିଛନ୍ତି। ‘ସମ୍ବିଧାନ ପ୍ରତି ରାହୁଲ ଗାନ୍ଧୀ ବିଶ୍ବାସଘାତକତା କରୁଛନ୍ତି ଏବଂ ଏହା ଗତକାଲି ପ୍ରମାଣିତ ହୋଇଛି। ସେ (ରାହୁଲ) ସମ୍ବିଧାନର ସମ୍ମାନ ରକ୍ଷା କରିବାକୁ ଚାହାନ୍ତି ନାହିଁ, କିନ୍ତୁ ସହରୀ ନକ୍ସଲଙ୍କ ସହାୟତା ଲୋଡ଼ୁଛନ୍ତି’ ବୋଲି ଫଡ଼ନାବିସ୍ କହିଛନ୍ତି।
କଂଗ୍ରେସ କାର୍ଯ୍ୟକ୍ରମରେ ସମ୍ବିଧାନର ଖାଲି କପି ବଣ୍ଟନ ନେଇ ବିବାଦ
ସୋସିଆଲ ମିଡିଆରେ ମହାରାଷ୍ଟ୍ର ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମ ପୃଷ୍ଠାରେ ପ୍ରସ୍ତାବନା ବ୍ୟତୀତ କେବଳ ଖାଲି ପୃଷ୍ଠା ହିଁ ରହିଛି ଏବଂ ପୁସ୍ତକଗୁଡ଼ିକର ପ୍ରଚ୍ଛଦରେ ‘ସମ୍ବିଧାନ’ଲେଖା ଯାଇଛି।
/sambad/media/media_files/2fRJgX5hzgDrgopuCU2L.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)