ଦ୍ବନ୍ଦ୍ବ ବଢ଼ାଉଛନ୍ତି ଥରୁର : ‘ନିର୍ବାଚନ ଲଢ଼ିବି କିମ୍ବା ଲଢ଼ିବିନି ବୋଲି କହିନି’

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶୀ ଥରୁର କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବା ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରିନାହାନ୍ତି। ଆସନ୍ତା ମାସରେ କଂଗ୍ରେସ ସଭାପତି ନିର୍ବାଚନ। ଥରୁର ନିର୍ବାଚନ ଲଢ଼ିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲେ ମଧ୍ୟ ସେ କେବଳ ଏ ଦିଗରେ ଦ୍ବନ୍ଦ୍ବ ବଢ଼ାଉଛନ୍ତି। ହେଲେ ସ୍ଥିତି ସ୍ପଷ୍ଟ କରୁନାହାନ୍ତି। ଥରୁର ଆଜି ପୁଣି ଥରେ କହିଛନ୍ତି, ସେ ନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି କି ଲଢ଼ିବେନି ବୋଲି ମଧ୍ୟ କହିନାହାନ୍ତି।

ଲୋକମାନେ ଯାହା ଅନୁମାନ କରିବା କଥା କରନ୍ତୁ ବୋଲି ଥରୁର କହିଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦଳ ପାଇଁ ନିର୍ବାଚନର ଆବଶ୍ୟକତା ସଂକ୍ରାନ୍ତରେ ଥରୁରଙ୍କର ଏକ ଲେଖା ପ୍ରକାଶ ପାଇବା ପରେ ଥରୁର ନିର୍ବାଚନ ଲଢ଼ିବା ନେଇ କଳ୍ପନାଜଳ୍ପନା ଜାରି ରହିଛି। ଇତିମଧ୍ୟରେ କେରଳ କଂଗ୍ରେସ ମୁଖ୍ୟ କେ ସୁଧାକରନ କହିଛନ୍ତି, କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ ହୋଇଥିବାରୁ ଏହାର ସଦସ୍ୟମାନଙ୍କର ଦଳର ଶୀର୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାର ଅଧିକାର ଅଛି।

ସମ୍ବନ୍ଧିତ ଖବର