ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକଟି କୋଣଅନୁକୋଣରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଲୋକମାନେ ଦାବି କରୁଛନ୍ତି। ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘାତକ ଆବଶ୍ୟକ ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା।
ଏହି ଘାତକ ସାଜିବା ପାଇଁ ଅନ୍ତର୍ଜାତୀୟ ମହିଳା ସୁଟର ବର୍ତ୍ତିକା ସିଂହ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତାଙ୍କୁ ସରକାର ନିୟୋଜିତ କରନ୍ତୁ ବୋଲି ସେ ରକ୍ତରେ ଏକ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ଦ୍ୱାରା ଏହି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ ବୋଲି ସେ ତାଙ୍କ ଏହି ରକ୍ତ ଲେଖା ଚିଠିରେ ଉଲ୍ଲେଖ କରିଛନ୍ତି।
Lucknow: International shooter Vartika Singh has written a letter in blood to Union Home Minister Amit Shah stating that the four men convicted in Nirbhaya gang-rape case should be executed by a woman. (14.12.19) pic.twitter.com/Urgev019xf
— ANI UP (@ANINewsUP) December 15, 2019
ଏଥିସହିତ ବାର୍ତ୍ତିକା ଦେଶର ସମସ୍ତ ଅଭିନେତ୍ରୀ ଓ ମହିଳା ଖେଳାଳିଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ସମର୍ଥନ କରି ଅମିତ ଶାହାକୁ ଏନେଇ ନିବେଦନ କରନ୍ତୁ।