ବିଶ୍ୱର ସବୁଠାରୁ ଥଣ୍ଡା ସ୍କୁଲ, ବିଯୁକ୍ତ ୫୧ ଡିଗ୍ରୀରେ ମଧ୍ୟ ସ୍କୁଲକୁ ଆସନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଶୂନ ଡିଗ୍ରୀ ତାପମାତ୍ରାରେ ପାଣି ବରଫ ହୋଇଯାଇଥାଏ, ଏକଥା ଆପଣ ନିଶ୍ଚିତ ଜାଣିଥିବେ | ତେବେ ପୃଥିବୀରେ ଏମିତି ଏକ ବିଦ୍ୟାଳୟ ରହିଛି ଯେଉଁଠି ତାପମାତ୍ରା -୫୦ ଡିଗ୍ରୀ ହେଲେ ବି ପିଲାମାନେ ପାଠ ପଢିବାକୁ ଯାଇଥାନ୍ତି | ଦୁନିଆର ସବୁଠାରୁ ଥଣ୍ଡା ସ୍ଥାନ ଭାବରେ ବେଶ ଜଣାଶୁଣା ସାଇବେରିଆରେ ଏମିତି ଏକ ସ୍କୁଲ ରହିଛି | ହାଡ ଭଙ୍ଗା ଶୀତରେ ଏଠାରେ ଥିବା ସ୍କୁଲକୁ ପିଲାମାନେ ପଢିବାକୁ ଯାଉଥିବାବେଳେ ଯେତେବେଳେ ତାପମାତ୍ରା -୫୨ ଡିଗ୍ରୀ ତଳକୁ କମିଯାଇଥାଏ, ସେତେବେଳେ ୧୧ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟକୁ ବନ୍ଦ କରାଯାଇଥାଏ |

ଏହି ବିଦ୍ୟାଳୟ ଓମିଆକୋନ୍ ସହରରେ ଥିବାବେଳେ ସ୍କୁଲ ଛଡା ଡାକଘର ଏବଂ ବ୍ୟାଙ୍କ ପରି କିଛି କାର୍ଯ୍ୟାଳୟ ହିଁ ରହିଛି | ଏହି ବିଦ୍ୟାଳୟ ୧୯୩୨ ମସିହାରେ ଷ୍ଟାଲିନଙ୍କ ଶାସନ ସମୟରେ ନିର୍ମାଣ କରାଯାଇଥିଲା |ଏହି ବିଦ୍ୟାଳୟରେ ଖରା ତୁମୁଲ ଏବଂ ବେରେଗ ୟୁର୍ଡେ ଗାଁର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି | ତେବେ ବଡ କଥା ଯେ ଏଠାରେ ତାପମାତ୍ରା ମାଇନସ୍ ୫୧ ଡିଗ୍ରୀ ସେଲସିୟସ୍ ହୋଇଯାଉଥିବାରୁ ପିଲାଙ୍କର ଜୀବନ ପ୍ରତି ବିପଦ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ |

କାରଣ ପ୍ରବଳ ଥଣ୍ଡା ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଥାଏ | ହାଇପୋଥର୍ମିଆ ହେଲେ ଶରୀରର ତାପମାତ୍ରା ଅତି ଶୀଘ୍ର ହ୍ରାସ ପାଇବାରେ ଲାଗିଥାଏ | ଯାହା ଦ୍ୱାରା ଉଚ୍ଚ ରକ୍ତଚାପ, ଦ୍ରୁତ ହୃତସ୍ପନ୍ଦନ ହେବା ସହ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇଥାଏ |

ସମ୍ବନ୍ଧିତ ଖବର