ଷ୍ଟେସନର ମାଗଣା ଓ୍ଵାଇ-ଫାଇ ବ୍ୟବହାର କରି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୁଲି କାମ କରୁଥିବା ଏହି ଯୁବକ

ନୂଆଦିଲ୍ଲୀ : ଆଜିକାଲି କିଛି ପିଲାଙ୍କୁ ଅନେକ ସୁଖସୁବିଧା ହାତ ପାଆନ୍ତାରେ ମିଳିଯିବାରୁ ସଫଳତା ପାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼େ ତାହା ସେମାନେ ବୁଝି ପାରି ନଥାନ୍ତି । ପଢ଼ିବା ପାଇଁ ସମୟ, ଘର ଏବଂ ଟଙ୍କା ନଥାଇ ମଧ୍ୟ କିଛି ପିଲା କଷ୍ଟ କରି ପାଠ ପଢ଼ିବା ସହ ବଡ଼ ବଡ଼ ସଫଳତା ହାସଲ କରିପାରୁଛନ୍ତି । ଏବେ ଏହି କଥାକୁ ସତ କରି ଦେଖାଇଛନ୍ତି ରେଳ ଷ୍ଟେସନର ଜଣେ କୁଲି । ଯାତ୍ରୀମାନଙ୍କୁ ସୁବିଧା ଦେବାକୁ ଯାଇ ସେମାନଙ୍କ ଆସବାବପତ୍ର ଉଠାଇ ମଧ୍ୟ କୁଲି ଶ୍ରୀନାଥ କେରଳ ପବ୍ଲିକ୍‌ ସର୍ଭିସ କମିସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି । ଏଥି ପାଇଁ ସେ କୌଣସି କୋଚିଙ୍ଗ ସେଣ୍ଟର ଯାଇ ପ୍ରସ୍ତୁତି କରି ନ ଥିବା ବେଳେ ରେଳ ଷ୍ଟେସନର ଓ୍ଵାଇ-ଫାଇ ବ୍ୟବହାର କରି ପାଠ ପଢ଼ି ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଯୁପିଏସ୍‌ସିର ଟପ୍ପର ଅନୁଦୀପ୍‌ ମଧ୍ୟ ନିଜ ସଫଳତାର ଶ୍ରେୟ ୟୁଟ୍ୟୁବ ଏବଂ ଗୁଗଲକୁ ଦେଇଥିବା ବେଳେ ଏବେ ପୁଣି ସୋସିଆଲ ମିଡ଼ିଆରେ ସହାୟତାରେ ଶ୍ରୀକାନ୍ତ କେରଳ ପବ୍ଲିକ୍‌ ସର୍ଭିସ କମିସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । କୁଲି ହୋଇ ମଧ୍ୟ କେରଳର ଶ୍ରୀକାନ୍ତ ନିଜ ସ୍ୱପ୍ନକୁ ପୂରା କରି ପାରିଛନ୍ତି । କେରଳର ଏର୍ଣ୍ଣାକୁଲମ୍‌ ଜଙ୍କ୍‌ସନରେ ଶ୍ରୀକାନ୍ତ କୁଲି ଭାବରେ କାମ କରୁଥିବା ବେଳେ ଫାଙ୍କା ସମୟରେ ସେ ଷ୍ଟେସନର ଓ୍ଵାଇଫାଇ ବ୍ୟବହାର କରି ନିଜ ଫୋନ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ବୋଲି ସେ କହିଛନ୍ତି । ଏତେ କାମ ମଧ୍ୟରେ ଏହା କିପରି ସମ୍ଭବ ହେଲା ବୋଲି ପଚରାଯିବାରୁ, କାମ କରିବା ସମୟରେ କାନରେ ଇୟରଫୋନ ଲଗାଇ ମୁଁ ଲୋକମାନଙ୍କର ଆସବାବପତ୍ର ବୋହୁଥିଲି । ଯାହାଫଳରେ ମୁଁ କାମ ସହ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ କରି ପାରୁଥିଲି । ୩ ଥର ଚେଷ୍ଟା କରିବା ପରେ ମୁଁ ଏବେ ଯାଇ ସଫଳ ହେଲି ।

indiatimes.com

ପୂର୍ବରୁ ଷ୍ଟେସନମାନଙ୍କରେ ଓ୍ଵାଇ ଫାଇ ସୁବିଧା ଉପଲବ୍ଧ ନଥିବାରୁ ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ଅସୁବିଧା ହେଉଥିଲାା କିନ୍ତୁ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କର ଡ଼ିଜିଟାଲ ଇଣ୍ଡିଆ ଆରମ୍ଭ ହେବା ପରେ ସବୁ ଷ୍ଟେସନମାନଙ୍କର ମାଗଣାରେ ଓ୍ଵାଇଫାଇ ଉପଲବ୍ଧ ହେବା ଆରମ୍ଭ ହେଲା । ଯାହା ଫଳରେ ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାରିଲି ବୋଲି ସେ କହିଛନ୍ତି । ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୬୮୫ଟି ରେଳ ଷ୍ଟେସନରେ ଓ୍ଵାଇଫାଇ ସୁବିଧା ଉପଲବ୍ଧ ହୋଇ ସାରିଥିବା ବେଳେ ୨୦୧୯ ପର୍ଯ୍ୟନ୍ତ ଭାରତର ସମୁଦାୟ ୮,୫୦୦ରେଳ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ କରାଯିବା ବୋଲି ଟାର୍ଗେଟ ରଖା ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର