‘କୁଲି ନମ୍ବର ୱାନ୍‌’ ଫିଲ୍ମ ସେଟ୍‌ରେ ପ୍ଲାଷ୍ଟିକ୍‌ ନିଷିଦ୍ଧ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମୁମ୍ବାଇ: ଫିଲ୍ମ ନିର୍ମାତା ଡେଭିଡ୍‌ ଧୱନ୍‌ଙ୍କ ‘କୁଲି ନମ୍ବର ୱାନ୍‌’ ସୁଟିଂ ସେଟ୍‌ରେ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରାଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଅଭିନେତା ବରୁଣ ଧୱନ ଟ୍ବିଟ୍‌ କରି କହିଥିଲେ ଦେଶ ଏବେ ପ୍ଲାଷ୍ଟିକ୍‌ ମୁକ୍ତ ହେବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏନେଇ ବଳିଷ୍ଠ ପଦକ୍ଷେପ ଗ୍ରହଣ ହୋଇଛି। ଆମେମାନେ ସମସ୍ତେ ମିଶି ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବାପାଇଁ କିଛି ପରିବର୍ତ୍ତନ ଆଣିପାରିବା। ଏଣିକି ‘କୁଲି ନମ୍ବର ୱାନ୍‌’ ସେଟ୍‌ରେ ପ୍ଲାଷ୍ଟିକ୍‌ ବଦଳରେ ଷ୍ଟିଲ୍ ବଟଲ୍‌ ବ୍ୟବହାର ହେବ ବୋଲି ସେ ଟ୍ବିଟ୍‌ କରି କହିଥିଲେ। ଏହାର ଉତ୍ତର ରଖି ମୋଦୀ ଟ୍ବିଟ୍‌ କରି କହିଛନ୍ତି ଯେ ‘ କୁଲି ନମ୍ବର ୱାନ୍’ ଟିମ୍‌ର ଏହା ଅତି ସୁନ୍ଦର ବାର୍ତ୍ତା । ‌ମେଦୀ ଗତ ୧୦ ତାରିଖରେ ଗ୍ରେଟର ‌ନଏଡ଼ାରେଜାତିସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବୈଶ୍ବିକ ସ୍ତରରେ ବର୍ଜନ କରିବାପାଇଁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର