ବିଗ୍‌ ବି ସହଯୋଗୀଙ୍କ ୧.୪ ଲକ୍ଷ ଟଙ୍କିଆ ଫୋନ୍‌ ଫେରାଇଲେ କୁଲି, ସଚ୍ଚୋଟ ପଣିଆ ପାଇଁ ପ୍ରଶଂସିତ

ମୁମ୍ବାଇ: ଦଶରଥ ଦୌନ୍ଦ ଦାଦର ଷ୍ଟେସନ୍‌ରେ ଜଣେ କୁଲି ଭାବେ କାମ କରନ୍ତି। ତାଙ୍କ ଦୈନିକ ରୋଜଗାର ୩୦୦ରୁ ଅଧିକ ନୁହେଁ। ତଥାପି ସୋମବାର ଦିନ ସେ ଷ୍ଟେସନ୍‌ରୁ ଯେତେବେଳେ ଏକ ଦାମୀ ଫୋନ୍‌ ପାଇଥିଲେ ସେ ତାକୁ ପାଖରେ ରଖିନଥିଲେ। ଫୋନ୍‌ ପାଇବା ମାତ୍ରେ ଦଶରଥ ଦୌନ୍ଦ ତୁରନ୍ତ ଏହାକୁ ଜିଆର୍‌ପିଙ୍କୁ ଦେଇଥିଲେ। ପୁଲିସ ଅଧିକାରୀମାନେ ପରେ ଜାଣିବାକୁ ପାଇଥିଲେ ଯେ ଫୋନ୍‌ଟିର ମୂଲ୍ୟ ୧.୪ ଲକ୍ଷ ଏବଂ ଏହା ଦୀପକ ସାୱନ୍ତଙ୍କର। ସେ ହେଉଛନ୍ତି ଅମିତାଭ ବଚ୍ଚନଙ୍କର ଜଣେ ଘନିଷ୍ଠ ସହଯୋଗୀ ଏବଂ ତାଙ୍କର ମେକ୍‌ଅପ୍‌ ଆର୍ଟିଷ୍ଟ। ତେବେ ସାୱନ୍ତ ପରିବାର ଦଶରଥ ଦୌନ୍ଦଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ୧ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି ଏବଂ ଉଚ୍ଚ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର