ନିଜ ଅଧିନସ୍ଥ ଅଞ୍ଚଳରୁ ଗୋଚାଲାଣ ରୋକି ନପାରିବାରୁ ନିଜ ବିରୋଧରେ ଅଭିଯୋଗ ଆଣିଲେ ଏହି ପୁଲିସ୍‌ ଅଫିସର୍‌

ମେରଠ: ଉତ୍ତରପ୍ରଦେଶର ମେରଠଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମେରଠର ଷ୍ଟେସନ୍‌ ହାଉସ୍‌ ଅଫିସର୍‌(ଏସ୍‌ଏଚ୍‌ଓ) ନିଜେ ନିଜ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି। ତାଙ୍କ ଅଧୀନସ୍ଥ ଅଞ୍ଚଳରେ ଗୋଚାଲାଣ ରୋକିବାରେ ବିଫଳ ହେବାରୁ ଅଧିକାରୀ ଜଣକ ନିଜର ବିଫଳତା ସ୍ୱୀକାର କରିଛନ୍ତି।

ଏସ୍‌ଏଚ୍‌ଓ ରଜେନ୍ଦ୍ର ତ୍ୟାଗୀ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଖରକୋଡା ପୁଲିସ୍‌ ଷ୍ଟେସନ୍‌ଥର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଏକ ନିୟମ ବାହାର କରିଥିଲେ କି ପ୍ରତ୍ୟେକ ବିଫଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି କି ‘ ମୁଁ ଏକ ନିୟମ ଜାରି କରିଥିଲି କି ଯଦି କୌଣସି ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତାହାଲେ ସେଥିପାଇଁ ଦାୟୀ ରହିବେ ସ୍ୱୟଂ ପୁଲିସ୍‌। ଯଦି କୌଣସି କନ୍‌ଷ୍ଟେବଲ୍‌ ଜଗିଥିବା ଅଞ୍ଚଳରେ କୌଣସି ହତ୍ୟା, ଦୁଷ୍କର୍ମ କିମ୍ବା କିିଛି ବି ଅପରାଧ ହେଉଛି ତେବେ ସିନିୟର୍‌ କନ୍‌ଷ୍ଟେବଲ୍‌ଙ୍କୁ ଦାୟିତ୍ୱରେ ଥିବା କନ୍‌ଷ୍ଟେବଲ୍‌ ଉତ୍ତର ଦେବା ପାଇଁ ବାଧ୍ୟ। ଏପରିକି ଯଦି ଅପରାଧ ୨ଥରରୁ ଊର୍ଧ୍ୱ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଧାର୍ଯ୍ୟା’

ଏଯାବତ୍‌ ଏସ୍‌ଏଚ୍‌ଓ ନିଜ ଅଧିନରେ ଥିବା ୬ ଜଣ କନ୍‌ଷ୍ଟେବଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛନ୍ତି। ଏପରିକ ଲାଞ୍ଚ ନେଉଥିବା ୧୯ ଜଣ ମଧ୍ୟ ତାଙ୍କ ଦୃଷ୍ଟିରେ କଏଦ ହୋଇଥିଲେ। ଏବେ ସେ ନିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର