ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି। ରାଜ୍ୟ ୟୁନିଟ୍‌ ମୁଖ୍ୟ ଅଜୟ ରାୟଙ୍କ ନେତୃତ୍ବରେ ସମ୍ଭଲ ଆଡ଼େ ଯାଉଥିବା ଏକ ପ୍ରତିନିଧି ଦଳକୁ ପୁଲିସ୍‌ ରୋକିବାରୁ ଏହି ହିଂସାକାଣ୍ଡ ଉପୁଜିଛି।ସୁରକ୍ଷା କର୍ମୀମାନେ ରାୟଙ୍କ କାରକୁ ଅଫିସ୍ ଫାଟକରେ ଅଟକାଇଥିଲେ।

Advertisment

ଏହା ପୂର୍ବରୁ ୟୁପି କଂଗ୍ରେସ ମୁଖ୍ୟ କହିଛନ୍ତି ଯେ ପୁଲିସର ଆଦେଶକୁ ଅବମାନନା କରି ସେ ସମ୍ଭଲ ଗସ୍ତ। କରିବେ। ୟୁପି ପୁଲିସ ରାୟଙ୍କୁ ନୋଟିସ ଜାରି କରିବା ପରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି।

ରାୟ କହିଛନ୍ତି, “ସେମାନେ ମୋତେ ଏକ ନୋଟିସ ଦେଇଛନ୍ତି ଏବଂ ଯାତ୍ରା ସ୍ଥଗିତ ରଖିବାକୁ କହିଛନ୍ତି। ପରିସ୍ଥିତିକୁ ବୁଝି ଆମେ ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା କରିବୁ।’’

ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମ୍ଭଲ ପ୍ରବେଶ କରିବାକୁ ବାରଣ କରାଯାଇଥିବା ପ୍ରଶାସନର ନିଷ୍ପତ୍ତିକୁ କଂଗ୍ରେସ ନେତା ସମାଲୋଚନା କରିଛନ୍ତି। ପୁଲିସର ଅତ୍ୟାଚାର ଏବଂ ସରକାରୀ ଅନ୍ୟାୟର ପ୍ରତିବାଦ କରିବା ଆବଶ୍ୟକତା ଦର୍ଶାଇ ସେ ଏହି ଯାତ୍ରା ଜାରି ରଖିବାକୁ ଶପଥ ନେଇଛନ୍ତି।

“ସତ୍ୟ ପ୍ରକାଶ ପାଇବ ବୋଲି ସରକାର ଭୟ କରୁଛନ୍ତି। ସେମାନେ ଆମକୁ ଅଟକାଇବାକୁ ଚେଷ୍ଟା କରିବେ, କିନ୍ତୁ ଆମେ ତଥାପି ଯିବାକୁ ଚେଷ୍ଟା କରିବୁ। ସେମାନେ ଯେତେ ପୁଲିସ୍ ନିୟୋଜିତ କରନ୍ତୁ ନା କାହିଁକି ଆମେ ସମ୍ଭଲ ଯିବୁ’’ ବୋଲି ସେ କହିଛନ୍ତି।