ହାଇଦ୍ରାବାଦ: 'ପୁଷ୍ପା ୨: ଦି ରୁଲ୍'ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଏବେ ସାଉଥ୍ ସୁପର୍ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି।
ଏବେ ନିଜଜ ଗିରଫଦାରୀ ପରେ ସୁପରଷ୍ଟାର ଅଲୁ ଅର୍ଜୁନ କୋର୍ଟଙ୍କୁ କହିଛନ୍ତି ଯେ ଗତ ସପ୍ତାହରେ ଜଣେ ମହିଳାଙ୍କର ତାଙ୍କ ସିନେମାର ପ୍ରିମିୟର୍ ସୋ’ରେ ମୃତ୍ୟୁ ଘଟିଥିବା ଘଟଣାରେ ପୁଲିସ୍ ତାଙ୍କ ‘ବେଡ୍ରୁମ୍’ରେ ପଶି ତାଙ୍କୁ ଗିରଫ କରିଛି।
ସୋମବାର ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିବାକୁ କୋର୍ଟରେ ଆବେଦନ କରିଥିବା ଅଲ୍ଲୁ ଅର୍ଜୁନ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରକ୍ରିୟା ଅନୁଯାୟୀ ତାଙ୍କୁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଛି। ଖୁବ ଶୀଘ୍ର କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିବେ ବୋଲି ଜଣାପଡିଛି।
ଡିସେମ୍ବର ୪ ତାରିଖ ଦିନ ଏହି ଅଘଟଣା ଘଟିଥିଲା। ଦୁର୍ଘଟଣାରେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ନଅ ବର୍ଷର ପୁଅ ଆହତ ହୋଇଥିଲେ।
ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ।