ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଓ ସପକ୍ଷବାଦୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ହିଂସାତ୍ମକ ରୂପ ନେବା ସହ କ୍ରମେ ଉଗ୍ର ହେବାରେ ଲାଗିଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ହିଂସାରେ ଜଣେ ପୁଲିସ୍ ହେଡ୍ କନେଷ୍ଟବଲଙ୍କ ସମେତ ୭ ଜଣ ପ୍ରାଣ ହରାଇବା ସହ ଶତାଧିକ ଗୁରୁତର ଭାବେ ଆହତ ହେବା ପରେ ଏବେ ଏହି ଘଟଣା ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ହିଂସାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ପୁଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ ବିନା ପରିଚୟ ପତ୍ରରେ କୌଣସି ବ୍ୟକ୍ତିକୁ ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବାକୁ ନଦେବା ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ବାହାରର ଲୋକେ ଦିଲ୍ଲୀ ମଧ୍ୟକୁ ପ୍ରବେଶ କରି ହିଂସା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ।
NDTVମୁତୟନ ହୋଇଥିବା ପୁଲିସ୍ ଉପର ମହଲରୁ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ହିଂସାରେ ଲିପ୍ତ ଆନ୍ଦୋଳନକାରୀଙ୍କ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏହା ହିଂସାକୁ ବଢ଼ାଉଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ। ଏଥିସହ ଏ ଘଟଣା ସଂପର୍କରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Delhi.jpg)