ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ବିନିଯୋଗ ପାଇଁ ୩୦ ପ୍ରତିଶତ କ୍ୟାପିଂ ପ୍ରତିବନ୍ଧକକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କେନ୍ଦ୍ରକୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ବିଚାରକୁ ନେଇ ପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଅନ୍ତର୍ଗତ ସର୍ବାଧିକ ୭୦୦୦ କୋଟି ଟଙ୍କା ଖର୍ଚ୍ଚ ନ ହୋଇପଡ଼ି ରହିଛି। ରାଜ୍ୟ ଏହି ପାଣ୍ଠିକୁ କରୋନା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବା ସପକ୍ଷରେ ଥିବା କୁହାଯାଉଛି। ଗତ ମାସରେ କେନ୍ଦ୍ର ଦ୍ବାରା କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ୧.୭ ଲକ୍ଷ କୋଟି ପ୍ୟାକେଜ୍ରେ କେନ୍ଦ୍ର ଜିଲ୍ଲା ଖଣିଜ ପାଣ୍ଠିର ଗୋଟିଏ ଅଂଶକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ବିନିଯୋଗ କରାଯାଇପାରିବ ବୋଲି ପରାମର୍ଶ ଦିଆଯାଇଥିଲା। ଅପରପକ୍ଷେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ବାରା କରୋନା ମୁକାବିଲା ପାଇଁ ପ୍ରତ୍ୟେକ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ଉପରେ ୩୦ ପ୍ରତିଶତ କ୍ୟାପିଂ ଲଗାଯାଇଥିଲା ଏ ନେଇ ମନ୍ତ୍ରଣାଳୟ ଦ୍ବାରା ସର୍କୁଲାର ଜାରି କରାଯାଇଥିଲା। ଏହା ପରେ ୩୦ ପ୍ରତିଶତ କ୍ୟାପିଂକୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବା ସହିତ ଜିଲ୍ଲା ଅଧିକାରୀମାନଙ୍କୁ ପରିସ୍ଥିତିର ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାର କ୍ଷମତା ଦିଆଯାଉ ବୋଲି କୁହାଯାଇଥିଲା।
କରୋନା ମୁକାବିଲା ଲାଗି ଡିଏମଏଫ୍ ବିନିଯୋଗ ପାଇଁ ୩୦% କ୍ୟାପିଂ ହଟିପାରେ
/sambad/media/post_attachments/wp-content/uploads/2020/04/coronavirus-3-660.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)