୨ ସପ୍ତାହରେ ଭଲ ହେବେ କରୋନା ଆକ୍ରାନ୍ତ ଶିଶୁ!

ନ୍ୟୁୟର୍କ: କୋଭିଡ୍–୧୯ ଦ୍ବାରା ଆକ୍ରାନ୍ତ ଶିଶୁ ରୋଗୀଙ୍କ ଠାରେ ସାମାନ୍ୟ ଧରଣର ରୋଗଲକ୍ଷଣ ଦେଖାଦେଇଥାଏ। ତେବେ ସେହି କନିଷ୍ଠ ରୋଗୀମାନଙ୍କୁ ଠିକଣା ସମୟରେ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ଯୋଗାଇପାରିଲେ ସେମାନେ ଅତି ବେଶିରେ ସପ୍ତାହରୁ ଦୁଇ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବୋ ଏଭଳି ଏକ ଆଶା ସଂଚାର ହୋଇଛି ଅଳ୍ପ ବୟସ୍କ କରୋନା ରୋଗୀଙ୍କୁ ନେଇ ସଂଘଟିତ ହୋଇଥିବା ଏକ ଗବେଷଣାରୁ। ଆମେରିକାନ୍ ମେଡିକାଲ୍ ଆସୋସିଏସନ୍ର ସଦ୍ୟ ପ୍ରକାଶିତ ପତ୍ରିକାରେ ଏ ସମ୍ପର୍କରେ ସବିଶେଷ ବିବରଣୀ ଓ ନିର୍ଯାସ ଉଲ୍ଲେଖ ରହିଛିା ଚୀନ୍ ଓ ସିଙ୍ଗାପୁରରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ୧୦୬୫ ଜଣ ଶିଶୁ ରୋଗୀଙ୍କ ଉପରେ ହୋଇଥିବା ୧୮ଟି ଅନୁଧ୍ୟାନରୁ ଏପରି ସାରାଂଶ ମିଳିପାରିଛିା
ଏହି ଗବେଷଣାରେ ଭାଗ ନେଇଥିବା ଇଟାଲୀର ପାଭିଆ ବିଶ୍ବବିଦ୍ୟାଳୟର ଚିକିତ୍ସା ବିଶେଷଜ୍ଞମାନଙ୍କ ମତରେ ସାର୍ସ–କୋଭ୍–୨ ଭୂତାଣୁ ଦ୍ବାରା ଆକ୍ରାନ୍ତ ଶିଶୁ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣତଃ ଜ୍ବର, ଶୁଖିଲା କାଶ ଏବଂ ଅବସନ୍ନତା ଆଦି ସାମାନ୍ୟ ଲକ୍ଷଣ ଦେଖାଇଥିଲେ କିମ୍ବା ସେମାନଙ୍କ ଠାରେ ଆଦୌ କୌଣସି ଲକ୍ଷଣ ଜଣାପଡି଼ନଥିଲାା ତେବେ ସେମାନଙ୍କ ମଧ୍ୟରୁ କେବଳ ଜଣକଠାରେ ହିଁ ନିମୋନିଆ ଏବଂ ବୃକକ୍ ନିଷ୍କ୍ରିୟ ପରି ଜଟିଳ ଲକ୍ଷଣ ଦେଖାଦେବା ସହ ତା’କୁ ଇେଣ୍ଟନ୍ସିଭ୍ ଚିକିତ୍ସା ଦେବା ପରେ ସେ ସୁସ୍ଥ ହୋଇପାରିଛିା ସେହିପରି ଶୂନରୁ ୯ ବର୍ଷ ବୟସର ଅଧିକାଂଶ ରୋଗୀ କିଛି କିଛି ଲକ୍ଷଣ କିମ୍ବା ଆଦୌ ଲକ୍ଷଣ ନଥାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ କେବଳ ଆନୁଷଙ୍ଗିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ବି ମୃତ୍ୟୁମୁଖରେ ପଡି଼ନଥିଲୋ ସୁତରାଂ ରୋଗୀର ଲକ୍ଷଣକୁ ଠିକ୍‌ରେ ନୈଦାନିକ ତର୍ଜମା ଓ ଅନୁଧ୍ୟାନ କରାଯାଇପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ବାବନା ରହିଛି ବୋଲି ଏହି ଗବେଷକମାନଙ୍କ ମତା ଅବଶ୍ୟ ତିନି ମାସ ଧରି ଚାଲିଥିବା ଏହି ଗବେଷଣାରେ କେବଳ ଚୀନ୍‌ରେ ଆକ୍ରାନ୍ତ ଶିଶୁଙ୍କୁ ସାମିଲ କରାଯାଇଥିଲାା ଅପରପକ୍ଷେ, ବରିଷ୍ଠ ରୋଗୀମାନଙ୍କ ବ୍ୟାପକତା କାରଣରୁ ଆମେରିକା କିମ୍ବା ୟୁରୋପୀୟ ରାଷ୍ଟ୍ରସମୂହରେ କୌଣସି ଅନୁରୂପ ଗବେଷଣା ହୋଇପାରିିନାହିାଁ ତେବେ ଏ ଦିଗରେ ଅଧିକ ଅନୁଧ୍ୟାନ ହିଁ ଏହି କନିଷ୍ଠ କରୋନା ପୀଡି଼ତମାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛିା

ସମ୍ବନ୍ଧିତ ଖବର