ଭାରତରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୪୦୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେବେ ଗୋଟିଏ ଦିନ ପୂର୍ବରୁ ୧୬ ହଜାର ଲୋକ ସଂକ୍ରମିତ ହୋଇଥିଲେ । ଅର୍ଥାତ, କୁହାଯାଇପାରେ ଯେ କରୋନାର ତୃତୀୟ ଲହରୀ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ରୋଗୀ ଆରୋଗ୍ୟ ହୋଇଥିବାବେଳେ ୨୩୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଓମିକ୍ରନ୍ ର ସବଭାରିଆଣ୍ଟ ବିଏ-୨ କୁହାଯାଉଛି ଯେ ଏହା ଶୀଘ୍ର ବିସ୍ତାର ହେବାକୁ ଯାଉଛି ଏବଂ ଏହା ବିପଜ୍ଜନକ ମଧ୍ୟ ହୋଇପାରେ |

ତେବେ ଭାରତର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରାଜୀବ ଜୟଦେବନ କହିଛନ୍ତି ଯେ ବର୍ତ୍ତମାନ ବିଏ-୨ ସବଭାରିଆଣ୍ଟରୁ କରୋନା ତରଙ୍ଗର ସମ୍ଭାବନା ନାହିଁ। ଦେଶରେ ଦୈନିକ ସଂକ୍ରମଣ ହାର ୧.୨୪ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮ ପ୍ରତିଶତରେ ପହଞ୍ଚିଛି |

ଅର୍ଥାତ ବର୍ତ୍ତମାନ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ବୋଲି କୁହାଯାଇପାରେ | ସେହିପରି କରୋନାର ସମସ୍ତ ଲହରୀରେ ପ୍ରଭାବିତ ହୋଇଥିବା ମୁମ୍ବାଇରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି | ମୁମ୍ବାଇ ସହରରେ ୧୦୦ରୁ କମ୍ ନୂଆ ମାମଲା ଦେଖିବାକୁ ମିଳିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୧୫ରେ ପହଞ୍ଚିଛି | ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ କରୋନା ଯୋଗୁଁ କେବଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି |

ସମ୍ବନ୍ଧିତ ଖବର