୫୪ ଦିନ ପରେ ମୁମ୍ବାଇ ସଂକ୍ରମଣ ୫୦୦ ଟପିଲା, ଦେଶରେ ୪୩ ହଜାର ନୂଆ‌ ମାମଲା

ନୂଆଦିଲ୍ଲୀ : ଦୀର୍ଘ ୫୪ ଦିନ ପରେ ମୁମ୍ବାଇରେ ଦୈନିକ ସଂକ୍ରମଣ ୫୦୦ ଟପିଯାଇଛି। ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲା ଆଜି ୫୩୨ ରହିଛି। ଜୁଲାଇ ୧୫ ପରେ ଏହା ମୁମ୍ବାଇର ସର୍ବାଧିକ ସଂକ୍ରମଣ। ମୁମ୍ବାଇ ଏବଂ ନାଶିକରେ ସଂକ୍ରମଣ ବଢ଼ିବାରୁ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ମାମଲା ଅଧିକ ରହିଛି। ମହାରାଷ୍ଟ୍ରରେ ୪,୧୭୪ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇରେ ସିଲ୍‌ ହୋଇଥିବା କୋଠା ସଂଖ୍ୟା ବି ୫୦କୁ ବୃଦ୍ଧି ପାଇଛି। ଅଗଷ୍ଟ ପ୍ରାରମ୍ଭରେ ଏହି ସଂଖ୍ୟା ୨୫ ଥିଲା। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୪୩,୨୬୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୩୧,୩୯,୯୮୧। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ୍‌ ମାମଲାରୁ କେରଳରେ ସର୍ବାଧିକ ୩୦,୧୯୬ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୩,୯୩,୬୧୪। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୧୯ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୨୩,୦୪,୬୧୮କୁ ବୃଦ୍ଧି ପାଇଛି। ‌ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨.୪୩ ପ୍ରତିଶତ। ଲଗାତାର ୭୬ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ଦୈନିକ ପଜିଟିଭ୍‌ ହାର ୨.୩୮ ପ୍ରତିଶତ। ୧୦ ଦିନ ଧରି ଦେଶରେ ଦୈନିଜ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି।

ସମ୍ବନ୍ଧିତ ଖବର