ମୁମ୍ବାଇ : ମହାରାଷ୍ଟ୍ରରେ ଦୈନିକ କୋଭିଡ୍ ମାମଲା ଅଚାନକ ବଢ଼ିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରେ ୧୦୮୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରେ ମଧ୍ୟ ସଂକ୍ରମଣ ଉଦ୍ବେଗଜନକ ଭାବେ ବଢ଼ିଛି । ଟେଷ୍ଟ୍ ପଜିଟିଭ୍ ହାର ମୁମ୍ବାଇରେ ବୁଧବାର ଦିନ ୮.୪ ପ୍ରତିଶତରେ ପହଞ୍ଚି ଥିବାରୁ ବିଏମ୍ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଟେଷ୍ଟିଂ ବୃଦ୍ଧି କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୨-୧୮ ବର୍ଷ ମଧ୍ୟରେ ଟିକାକରଣ ଏବଂ ବୁଷ୍ଟର ଡୋଜ୍ ତ୍ବରାନ୍ବିତ କରିବାପାଇଁ ବିଏମ୍ସି ନିର୍ଦ୍ଦେଶ ଦେଇଛି। ଘରୋଇ ହସ୍ପିଟାଲ୍ଗୁଡ଼ିକ ମଧ୍ୟ ସତର୍କ ରହିବାପାଇଁ କୁହାଯାଇଛି।
ବୁଧବାର ଦିନ ମୁମ୍ବାଇରେ ୭୩୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚଳିତ ବର୍ଷ ଫେବ୍ରୁଆରି ୬ ପରେ ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦେଶରେ ୨,୭୪୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବଦିନ ତୁଳନାରେ ଦେଶରେ ଦୈନିକ ସଂକ୍ରମଣରେ ୫୦୩ ବୃଦ୍ଧି ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୬୦,୮୩୨ ଥିବା ବେଳେ ସକ୍ରିୟ ମାମଲା ମଙ୍ଗଳବାର ଦିନ ୧୭,୬୯୮ରହିଥିଲା ଏବଂ ବୁଧବାର ଏହା ୧୮,୩୮୬କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୪ ପ୍ରତିଶତ। ଦେଶରେ ମଙ୍ଗଳବାର ଦିନ ୬ ଜଣଙ୍କ କରୋନରେ ମୃତ୍ୟୁ ସହ ମୋଟ୍ ମୃତ୍ୟୁସଂଖ୍ୟା ୫,୨୪,୬୩୬ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍ ହାର ୦.୬୦ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୦.୬୩ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/covid.jpg)