ଲକ୍‌ଡାଉନ୍‌ କୋହଳ ପରେ ସ୍ଥିତି ଅସମ୍ଭାଳ ହେଉଛି, ଜୁନ୍‌ର ପ୍ରଥମ ୯ ଦିନର ମାମଲା ମେ ମାସର ମୋଟ୍‌ ମାମଲାର ୫୦%ରୁ ଅଧିକ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଏବେ ଶୀର୍ଷରେ ପହଞ୍ଚିନାହିଁ। ଜୁନ୍‌ର ପ୍ରଥମ ୯ ଦିନରେ ସଂକ୍ରମଣ ମାମଲା ଭୟାନକ ରୂପ ନେଇଛି। ପ୍ରତିଦିନ ୯ରୁ ୧୦ ହଜାର ମାମଲା ସାମ୍ନାକୁ ଆସୁଛି। ଲକ୍‌ଡାଉନ୍‌ କୋହଳ ହେବାପରେ ସଂକ୍ରମଣ ମାମଲା ମଧ୍ୟ ସାଂଘାତିକ ରୂପ ନେଇଛି। ବିଗତ ୯ ଦିନରେ ଯେତିକି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି, ତାହା ମେ ମାସରେ ହୋଇଥିବା ମୋଟ୍‌ ମାମଲାର ୫୦ ପ୍ରତିଶତରୁ ଅଧିକ। ଜୁନ୍‌ ମାସରେ ଏ ପର୍ଯ୍ୟନ୍ତ ୮୪ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ମେ ମାସରେ ପ୍ରାୟ ଦେଢ଼ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଜୁନ୍‌ରେ ଆଜି ପର୍ଯ୍ୟନ୍ତ ୨୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ ମାସରେ ମୋଟ୍‌ ୪୨୫୧ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର