ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କୌଣସି ସ୍କୁଲ୍ ଫି’ ବଢ଼ାଇ ପାରିବେନି ବୋଲି ଦିଲ୍ଲୀ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ ଯଦି କୌଣସି ସ୍କୁଲ୍ ଫି’ ବୃଦ୍ଧି କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି। ଦିଲ୍ଲୀର ଚାଣକ୍ୟପୁରୀର ଏକ ସ୍କୁଲ୍ ଫି ବୃଦ୍ଧି କରିଥିବା ଘଟଣା ନଜରକୁ ଆସିବା ପରେ ଦିଲ୍ଲୀ ସରକାର ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି କୌଣସି ସ୍କୁଲ ଫି ବୃଦ୍ଧି କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp