ୱାସିଂଟନ : ଆମେରିକାରେ କରୋନା ଭାଇରସ୍ ମହାମାରୀ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି ଏବଂ ଆଗାମୀ ଦୁଇ ସପ୍ତାହ ଆମେରିକା ପାଇଁ ଅତି ଯନ୍ତ୍ରଣାଦାୟକ ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶବାସୀଙ୍କୁ କହିଛନ୍ତି। ଏହି ମହମାରୀରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଛୁଇଁପାରେ ବୋଲି ମଧ୍ୟ ଟ୍ରମ୍ପ୍ ତାଙ୍କ ଉଦ୍ବୋଧନରେ କହିବା ପରେ ସବୁଠି ଆତଙ୍କ ଖେଳିଯାଇଛି। ଆମେରିକାର ୨ ବିଶିଷ୍ଟ ଭୂତାଣୁବିଜ୍ଞାନୀ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ଦେଶରେ ୧ ଲକ୍ଷରୁ ୨ ଲକ୍ଷ ୪୦ ହଜାର ଲୋକ କରୋନା ମହାମାରୀରେ ପ୍ରାଣ ହରାଇବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଆମେରିକାରେ ଏବେ ମୃତ୍ୟୁ ସଂଖ୍ୟା ୪ ହଜାରରେ ପହଞ୍ଚିବାକୁ ଯାଉଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଅତିକ୍ରମ କରିଯାଇଛି। ଏହାର ଗୁରୁତର ପ୍ରଭାବ ମଧ୍ୟ ଆମେରିକାର ଅର୍ଥନୀତି ଉପରେ ଉପଡ଼ିଛି। ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚୀନ୍କୁ ଟପି ଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଚୀନ୍ର ଦୁଇଗୁଣ ହେବାକୁ ଯାଉଛି। ବ୍ୟାପକ କଟକଣା ସତ୍ତ୍ବେ ଆମେରିକାରେ କରୋନା ମୃତ୍ୟୁ ହାର ବଢ଼ିଯାଇଛି। ୯/୧୧ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଯେତିକି ଲୋକଙ୍କ ମୃତ୍ୟୁ ହୋଇଥିଲା ତା'ଠାରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଜନସାଧାରଣ ସାମାଜିକ ଦୂରତ୍ବ ସଂକ୍ରାନ୍ତ ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ଭାବେ ପାଳନ କଲେ ସ୍ଥିତିରେ ସୁଧାର ଆସିବ ବୋଲି ଟ୍ରମ୍ପ୍ କହିଛନ୍ତି। ନ୍ୟୁୟର୍କ ସହରରେ ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଛି ଏବଂ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆମେରିକାରେ ମହାସଙ୍କଟ : ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିବା ଆଶଙ୍କା କଲେ ଟ୍ରମ୍ପ୍, ଆଉ ୨ ସପ୍ତାହ ଅତି ଯନ୍ତ୍ରଣାଦାୟକ ହେବ
/sambad/media/post_attachments/wp-content/uploads/2020/04/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)