ନୂଆଦିଲ୍ଲୀ: ଦେଶରେ ଆଜି ୬୨୫ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୦୨୦ ଏପ୍ରିଲ ୯ ପରେ ଏହା ସର୍ବନିମ୍ନ ସଂକ୍ରମଣ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ହେଲେ କରୋନା ମୃତ୍ୟୁ ହୋଇନାହିଁ। ୨୦୨୦ ମାର୍ଚ୍ଚ ପରେ ଏହା ପ୍ରଥମ ଘଟଣା। ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମାର୍ଚ୍ଚରେ କର୍ଣ୍ଣାଟକର କାଲବର୍ଗି ଜିଲ୍ଲାରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର ପ୍ରଥମେ କରୋନାରେ ମୃତ୍ୟୁ ହୋଇଥିଲା।
ଏହା ଥିଲା ଭାରତରେ ପ୍ରଥମ କରୋନା ମୃତ୍ୟୁ। ଏହାପରେ କରୋନା ଜନିତ ମୃତ୍ୟୁ ଉଦବେଗଜନକ ଭାବେ ବୃଦ୍ଧି ପାଇବାକୁ ଲାଗିଥିଲା। ୨୦୨୧ ଜୁନ ୧୦ ତାରିଖରେ ୨୪ ଘଣ୍ଟା ଭିତର ଏହି ରୋଗରେ ସର୍ବାଧିକ ୬୧୪୮ ଜଣ ଆଖି ବୁଜିଥିଲେ। ଏହି ରୋଗ ତିନିଟି ପର୍ଯ୍ୟାୟ (ୱେଭ୍)ରେ ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଦ୍ବିତୀୟ ୱେଭରେ ୩ ଲକ୍ଷ ୨୪ ହଜାର ଏବଂ ତୃତୀୟ ପର୍ଯ୍ୟାୟରେ ୧୧ ହଜାର ଲୋକ ପ୍ରାଣ ହରାଇଥିଲେ। ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୫୦୯ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/corona-2.jpg)