ଦେଶରେ କମିବାରେ ଲାଗିଛି କରୋନାରେ ମୃତ୍ୟୁ ହାର, ୨୪ ଘଣ୍ଟାରେ ୯୩୩ ମୃତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ ଦିନକୁ ଦିନ ଭୟାନକ ରୂପ ନେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧ ହଜାର ୫୩୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦ ଲକ୍ଷ ୮୮ ହଜାର ୬୧୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୪୨ ହଜାର ୫୧୮କୁ ବୃଦ୍ଧି ପାଇଛି। ଦେଶରେ ୧୪ ଲକ୍ଷ ୨୭ ହଜାର ୦୦୬ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି।


ମୋଟ୍‌ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ୬ ଲକ୍ଷ ୧୯ ହଜାର ୦୦୮ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ମଧ୍ୟ ୨.୦୪ ପ୍ରତିଶତକୁ କମି ଯାଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪୨ ହଜାର ଟପିଥିବାବେଳେ ପ୍ରଥମ ଥର ପାଇଁ ଦେଶରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି।

ତେବେ ଦେଶରେ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇବା ସହ ସକ୍ରିୟ ମାମଲା ମଧ୍ୟ କମିଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୨ କୋଟି ୩୩ ଲକ୍ଷ ୮୭ ହଜାର ୧୭୧ ୭ କରାଯାଇଥିବାବେଳେ ଗତକାଲି ୫ ଲକ୍ଷ ୯୮ ହଜାର ୭୭୮ ୭ କରାଯାଇଛି | ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୭୭୮), ଆନ୍ଧ୍ରପ୍ରଦେଶ (୮୪୬୫୪), ଅରୁଣାଚଳ ପ୍ରଦେଶ (୭୨୦), ଆସାମ (୧୬୫୫୫), ବିହାର (୨୬୪୫୩), ଚଣ୍ଡିଗଡ଼ (୫୩୧), ଛତିଶଗଡ଼ (୩୦୦୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୨୧), ଦିଲ୍ଲୀ (୧୦୪୦୯), ଗୋଆ (୨୨୮୨), ଗୁଜରାଟ (୧୪୪୪୩), ହରିୟାଣା (୬୧୪୩), ହିମାଚଳ ପ୍ରଦେଶ (୧୧୮୨), ଜମ୍ମୁ ଓ କଶ୍ମୀର (୭୨୬୦), ଝାଡ଼ଖଣ୍ଡ (୮୯୧୩) କର୍ଣ୍ଣାଟକ (୭୭୬୯୪), କେରଳ (୧୨୪୫୧), ଲଦାଖ (୪୧୧), ମଧ୍ୟପ୍ରଦେଶ (୮୭୧୫), ମହାରାଷ୍ଟ୍ର (୧୪୫୮୮୯), ମଣିପୁର (୧୫୩୦), ମେଘାଳୟ (୫୯୦), ମିଜୋରାମ (୨୭୭), ନାଗାଲାଣ୍ଡ (୧୮୨୬), ଓଡ଼ିଶା (୧୩୬୦୫), ପୁଦ୍ଦୁଚେରୀ (୧୮୭୩), ପଞ୍ଜାବ (୭୩୫୧), ରାଜସ୍ଥାନ (୧୩୧୯୫), ସିକିମ୍ (୪୪୭), ତାମିଲନାଡୁ (୫୨୭୫୯), ତେଲେଙ୍ଗାନା (୨୨୫୬୮), ତ୍ରିପୁରା (୧୮୭୮), ଉତ୍ତରାଖଣ୍ଡ (୩୦୫୮), ଉତ୍ତରପ୍ରଦେଶ (୪୪୫୬୩) ଓ ପଶ୍ଚିମବଙ୍ଗ (୨୪୬୫୨) ।

ସମ୍ବନ୍ଧିତ ଖବର