ନୂଆଦିଲ୍ଲୀ: ଗତ ୨୦ ଦିନ ମଧ୍ୟରେ ଭାରତର କରୋନା ମୃତ୍ୟୁ ହାର ୨.୯୭%ରୁ ୨.୪୩%କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଦର୍ଶାଇଛି ଯେ ଜୁଲାଇ ୧ରେ ୨.୯୭% ତୁଳନାରେ ଭାରତର ବର୍ତ୍ତମାନର କରୋନାଜନିତ ମୃତ୍ୟୁ ହାର ୨.୪୩%ରହିଛି। ଜୁନ୍ ୧୭ରେ ଏହି ମୃତ୍ୟୁ ହାର ୩.୩୬% ଥିଲା ଏବଂ ଗତ ଏକ ମାସକ ମଧ୍ୟରେ ଏହା ହ୍ରାସ ପାଇଛି | ଏଥିସହ ଦିଲ୍ଲୀରେ ହୋଇଥିବା ସେରୋ-ସର୍ଭିଲାନ୍ସରୁ ମିଳିଥିବା ତଥ୍ୟ ଅନୁସାରେ ୨୩%ରୁ ଅଧିକ ଦିଲ୍ଲୀବାସୀଙ୍କ ଶରୀରରେ ଆଣ୍ଟିବଡି ବିକାଶିତ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ସକ୍ରିୟ ମାମଲାଗୁଡ଼ିକର ଅନୁପାତ କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଦିନକୁ ଦିନ ସୁସ୍ଥତା ହାର ବୃଦ୍ଧି ପାଉଛି।
ମଙ୍ଗଳବାର ସକାଳ ସୁଦ୍ଧା ଭାରତରେ ୪୦୨୫୨୯ ସକ୍ରିୟ ମାମଲା ରହିଛି। ସୁସ୍ଥ ସଂଖ୍ୟା ୭୨୪୫୭୭ ଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ଏହାର ୧.୦୮ ଗୁଣ ରହିଛି। ଭାରତରେ ଏ ପର୍ଯ୍ୟନ୍ତ ୧୧,୫୫,୧୯୧ ଜଣ କରୋନା ଭାଇରସ୍ ପଜିଟିଭ୍ ହୋଇ ଥିବା ବେଳେ ସେଥିମଧ୍ୟରୁ ୨୮,୦୮୪ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।ୟ
/sambad/media/post_attachments/wp-content/uploads/2020/07/corona-long-island-press-7.jpg)
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ଏଠାରେ ୧୯ରୁ ଅଧିକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଅଛନ୍ତି ଯେଉଁମାନେ ପ୍ରତି ମିଲିୟନ ଜନସଂଖ୍ୟାରେ ଦିନକୁ ୧୪୦ରୁ ଅଧିକ ପରୀକ୍ଷା କରୁଛନ୍ତି ଏବଂ ଗୋଆ ପ୍ରତି ମିଲିୟନରେ ୧୩୩୩ ପରୀକ୍ଷା ସହିତ ଶୀର୍ଷରେ ରହିଛି। ତାମିଲନାଡୁ ଏବଂ ଦିଲ୍ଲୀ ପରେ ମହାରାଷ୍ଟ୍ର ଭାରତର ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ଭାବେ ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦିଲ୍ଲୀରେ କରାଯାଇଥିବା ସେରୋ-ସର୍ଭିଲାନ୍ସ ଅଧ୍ୟୟନ ବିଷୟରେ ମଧ୍ୟ କହିଛି ଜାତୀୟ ରାଜଧାନୀରେ ଏଯାବତ୍ କେବଳ ୨୨ରୁ ୨୩% ଲୋକ ସଂକ୍ରମିତ ହୋଇଛନ୍ତି। ନୀତି ଆୟୋଗର ଡକ୍ଟର ଭି.କେ ପାଲ୍ କହିଛନ୍ତି, ‘ଆଜି ଆମେ ଭଲ ସ୍ଥିତିରେ ଅଛୁ କାରଣ ୨୩%ରୁ ଅଧିକ ଦିଲ୍ଲୀବାସୀଙ୍କ ଶରୀରରେ ଆଣ୍ଟିବଡି ବିକାଶିତ ହୋଇଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସର୍ଭେ କାରଣ ଏହା ଭବିଷ୍ୟତରେ ରୋଗ ନିୟନ୍ତ୍ରଣ କରିବାରେ ଆମକୁ ସାହାଯ୍ୟ କରିବ।’