ନୂଆଦିଲ୍ଲୀ: ବିହାର ପାଟନାରେ ଜଣେ ୬ବର୍ଷର କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ କୁଣ୍ଢାଇ ରାତିସାରା ଶୋଇ ରହିଥିବାର ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଦୃଶ୍ୟକୁ ଯିଏ ଦେଖୁଛନ୍ତି ସେ ସ୍ତବ୍ଧ ହୋଇଯାଉଛନ୍ତି। ହାଏ ରେ କରୋନା ତୁ ଏ କ’ଣ କରୁଛି ବୋଲି ମୁଖରୁ ବାହାରି ପଡ଼ୁଛି। ଏ ମଣିଷକୁ ତୁ ଆଉ କେତେ କଷ୍ଟ ଦେବୁ? କେତେ ଆଉ ହୃଦୟବିଦାରକ ଘଟଣା ଘଟାଇବୁ? ବାସ ସେତିକି ହେଲାରେ କରୋନା , ତୁ ଏବେ ଛାଡ଼ି ଚାଲିଯାଏ। ଶାନ୍ତିରେ ଟିକେ ବଞ୍ଚିବାକୁ ଦେ...ବୋଲି ଏବେ ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି।
ଭାଇରାଲ ହୋଇଥିବା ଘଟାଣାଟି ହେଉଛି ଏପରି, ସ୍ଥାନୀୟ ରାମକୃଷ୍ଣ ନଗର ଥାନା ବଧୁବନ କଲୋନୀରେ ପ୍ରଭାତ ବାସବାସ କରନ୍ତି। କିଛିଦିନ ତଳେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବାରୁ ପ୍ରଭାତଙ୍କ ସ୍ତ୍ରୀ ତାଙ୍କ ବାପା ଘରକୁ ଚାଲି ଯାଇଥିଲେ। ଏହାପରେ ବାପା ଓ ଝିଅ ଦୁହେଁ ଘରେ ରହୁଥିଲେ। ନିକଟରେ ପ୍ରଭାବ କରୋନା ସଂକ୍ରମିତ ହୋଇ ଘରେ ଚିକିତ୍ସିତ ହେଉଥିଲେ।
ତେବେ ହାଠତ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ପ୍ରଭାତଙ୍କ ଝିଅ ଏକଥା ଜାଣି ନପାରି ବାପାଙ୍କ ମୃତଦେହକୁ କୁଣ୍ଢାଇ ବସିଥିଲ। ସକାଳ ହେବା ପରେ ସବୁଦିନ ଭଳି ବିସ୍କୁଟ ଓ ପାଣି ଖାଇ ବାପା ପ୍ରଭାତ କୁମାରଙ୍କ ମୋବାଇଲରେ ଗେମ୍ ଖେଳୁଥିଲା ଝିଅ।ଏତିକି ବେଳେ ପ୍ରଭାତଙ୍କ ସାଙ୍ଗ ଭିଡିଓ କଲ କରିବାରୁ ଝିଅ ଫୋନ ଉଠାଇଥିଲା। ବାପା କାହାନ୍ତି ବୋଲି ସାଙ୍ଗ ପଚାରିବାରୁ ଝିଅ କହିଲା ବାପା ଶୋଇଛନ୍ତି।
ଏକଥା ଶୁଣି ଝିଅକୁ ବାପାଙ୍କ ଆଡକୁ ଫୋନ ବୁଲାଇବାକୁ କହିଥିଲେ ପ୍ରଭାତଙ୍କ ସାଙ୍ଗ। ସ୍ଥିର ଶରୀର ଦେଖି ସାଙ୍ଗ କୋଭିଡ ହେଲପ ଲାଇନକୁ ଫୋନ କରିଥିଲେ। ଏହାପରେ କବାଟ ଭାଙ୍ଗି ପ୍ରଭାତଙ୍କ ମୃତଦେହକୁ ଉଦ୍ଧାର କରାଯାଇ ତାଙ୍କ ସ୍ତ୍ରୀଙ୍କୁ ସ୍ବାମୀଙ୍କ ମୃତ୍ୟୁ ଖବର ଦିଆଯାଇଥିଲା।