କରୋନା ଜନିତ ମୃତ୍ୟୁସଂଖ୍ୟା ୯୦୦୦ ଟପିଲା, ଦେଶରେ ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ

ଦେଶରେ ୩୨୦୯୨୨ ସଂକ୍ରମିତ

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୨୦୯୨୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨୩୭୮ ଜଣ ସୁସ୍ଥ ହୋଇଥିବା ବେଳେ  ଦେଶରେ ମୃତ୍ୟୁସଂଖ୍ୟା ୯୧୯୫ରେ ପହଞ୍ଚିଛି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୩୪୮ ରହିଛି। ଆଶ୍ବାସନାରେ କଥା ହେଉଛି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ତେବେ କରୋନା ଜନିତ ମୃତ୍ୟୁସଂଖ୍ୟା କିନ୍ତୁ ୯୦୦୦ ଟପି ଯାଇଛି।

ରାଜ୍ୟଓ୍ୱାରୀ ଆକ୍ରାନ୍ତ ସଂଖ୍ୟା

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୩୮, ଆନ୍ଧ୍ରପ୍ରଦେଶ ୫୯୬୫, ଅରୁଣାଚଳ ପ୍ରଦେଶ ୮୭, ଆସାମ ୩୭୧୮, ବିହାର ୬୨୯୦, ଚଣ୍ଡିଗଡ଼ ୩୪୫, ଛତିଶଗଡ଼ ୧୫୧୨, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୩୫ ଜଣ, ଦିଲ୍ଲୀ ୩୮୯୫୮, ଗୋଆ ୫୨୩,  ଗୁଜରାଟ ୨୩୦୩୮, ହରିୟାଣା ୬୭୪୯, ହିମାଚଳ ପ୍ରଦେଶ ୫୦୨, ଜମ୍ମୁ ଓ କଶ୍ମୀର ୪୮୭୮, ଝାଡ଼ଖଣ୍ଡ ୧୭୧୧, କର୍ଣ୍ଣାଟକ ୬୮୨୪, କେରଳ ୨୪୦୭, ଲଦାଖ ୪୩୭, ମଧ୍ୟପ୍ରଦେଶ ୧୦୬୪୧, ମହାରାଷ୍ଟ୍ର ୧୦୪୫୬୮, ମଣିପୁର ୪୪୯, ମେଘାଳୟ ୪୪, ମିଜୋରାମ ୧୦୭, ନାଗାଲାଣ୍ଡ ୧୬୩,  ଓଡ଼ିଶା ୩୭୨୩, ପୁଦ୍ଦୁଚେରୀ ୧୭୬, ପଞ୍ଜାବ ୩୦୬୩, ରାଜସ୍ଥାନ ୧୨୪୦୧, ସିକିମ୍ ୬୩, ତାମିଲନାଡୁ ୪୨୬୮୭, ତେଲେଙ୍ଗାନା ୪୭୩୭, ତ୍ରିପୁରା ୧୦୪୬, ଉତ୍ତରାଖଣ୍ଡ ୧୭୮୫, ଉତ୍ତରପ୍ରଦେଶ ୧୩୧୧୮ ଓ ପଶ୍ଚିମବଙ୍ଗରେ ୧୦୬୯୮ ଜଣ ସଂକ୍ରମିତ ହୋଇଛନ୍ତି।

ରାଜ୍ୟଓ୍ୱାରୀ ମୃତ୍ୟୁ ସଂଖ୍ୟା

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୨ ଜଣ, ଆସାମରେ ୮ ଜଣ, ବିହାରରେ ୩୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୨୭୧ ଜଣ, ଗୁଜରାଟରେ ୧୪୪୮ ଜଣ, ହରିୟାଣାରେ ୭୮ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୫ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୮୧ ଜଣ, କେରଳରେ ୧୯ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୪୭ ଜଣ, ମହାରାଷ୍ଟ୍ରରେ ୩୮୩୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୦ ଜଣ, ପୁଦ୍ଦୁଚେରୀରେ ୨ଜଣ, ପଞ୍ଜାବରେ ୬୫ ଜଣ, ରାଜସ୍ଥାନରେ ୨୮୨ ଜଣ, ତାମିଲନାଡୁରେ ୩୯୭ ଜଣ, ତେଲେଙ୍ଗାନାରେ ୧୮୨ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୨୩ ଜଣ, ଉତ୍ତରପ୍ରଦେଶରେ ୩୮୫ ଜଣ ଏବଂ ପଶ୍ଚମବଙ୍ଗରେ ୪୬୩ ଜଣ ।

ରାଜ୍ୟଓ୍ୱାରୀ ସୁସ୍ଥ ସଂଖ୍ୟା

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୩୩, ଆନ୍ଧ୍ରପ୍ରଦେଶ ୩୧୯୫, ଅରୁଣାଚଳ ପ୍ରଦେଶ ୪, ଆସାମ ୧୫୮୪, ବିହାର ୩୯୫୬, ଚଣ୍ଡିଗଡ଼ ୨୮୬, ଛତିଶଗଡ଼ ୬୩୧, ଡାମନ ଡିଉ ୨, ଦାଦର ନଗର ହାୱେଲି ୨, ଦିଲ୍ଲୀ ୧୪୯୪୫, ଗୋଆ ୭୦, ଗୁଜରାଟ ୧୫୮୮୩, ହରିୟାଣା ୨୮୦୩, ହିମାଚଳ ପ୍ରଦେଶ ୩୧୩, ଜମ୍ମୁ ଓ କଶ୍ମୀର ୨୨୬୯, ଝାଡ଼ଖଣ୍ଡ ୮୧୬, କର୍ଣ୍ଣାଟକ ୩୬୪୮, କେରଳ ୧୦୪୬, ଲଦାଖ ୬୮, ମଧ୍ୟପ୍ରଦେଶ ୭୩୭୭, ମହାରାଷ୍ଟ୍ର ୪୯୩୪୬, ମଣିପୁର ୯୧, ମେଘାଳୟ ୨୨, ମିଜୋରାମ ୧, ନାଗାଲାଣ୍ଡ୍ ୭୬, ଓଡ଼ିଶା ୨୫୯୪, ପୁଦ୍ଦୁଚେରୀ ୮୨, ପଞ୍ଜାବ ୨୩୨୭,ସିକ୍କିମ ୪, ରାଜସ୍ଥାନ ୯୩୩୭, ତାମିଲନାଡୁ ୨୩୪୦୯, ତେଲେଙ୍ଗାନା ୨୩୫୨, ତ୍ରିପୁରା ୩୧୫, ଉତ୍ତରାଖଣ୍ଡ ୧୦୭୭, ଉତ୍ତରପ୍ରଦେଶ ୭୮୭୫ ଓ ପଶ୍ଚିମବଙ୍ଗ ୪୫୪୨ ।

ସମ୍ବନ୍ଧିତ ଖବର