ମହାରାଷ୍ଟ୍ରରେ ୧୨ ଜଣ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ୍‌ ଚିହ୍ନଟ, କିଛି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷିତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର କମି ଆସିବା ବେଳେ ପୁଣି ଚିନ୍ତା ବଢାଇଛି ଡେଲଟା ପ୍ଲସ୍ ଭାରିଆଣ୍ଟ । କିଛି ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାର ସଂକ୍ରମଣ ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ଏବେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବରେ ପୁଣିଥରେ ସ୍ଥିତି ବିଗିଡିବାରେ ଲାଗିଛି ।

ପଞ୍ଜାବରେ ଜଣେ ଲୋକର ଶରୀରରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ପରେ ଅନ୍ୟ କିଛି ଲୋକଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

DNA India

ମଧ୍ୟପ୍ରଦେଶରେ ୭ ଜଣ ଲୋକଙ୍କଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ରାଜ୍ୟ ମେଡିକାଲ ଏଜୁକେସନ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି କି ମଧ୍ୟପ୍ରଦେଶରେ ଚିହ୍ନଟ ହୋଇଥିବା ୭ ଜଣ ଡେଲଟା ପ୍ଲସ ଭାରିଆଣ୍ଟ ରୋଗୀଙ୍କ ମଧ୍ୟରୁ ୩ ଜଣ ଭୋପାଳ,୨ ଜଣ ଉଜୟନ ଓ ଜଣେ ରାୟସେନର ଅଶୋକନଗର ଅଞ୍ଚଳର ।

ସେହିଭଳି ମହାରାଷ୍ଟ୍ରରେ ମୋଟ ୧୨ ଜଣଙ୍କଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାକୁ ନେଇ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ରାଜ୍ୟର କିଛି ଅଞ୍ଚଳକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର