ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ୧୧ କୋଟି ୭୦ ଲକ୍ଷ ଶିଶୁ ମିଳିମିଳା ରୋଗ ଭୋଗିବାର ଆଶଙ୍କା ଦେଖାଦେଇଛି। ଏବେ ବରୋନା ବିଶ୍ୱମହାମାରୀ ମୁକାବିଲା ପାଇଁ ଶତାଧିକ ଦେଶ ଲକ୍ଡାଉନ୍ରେ ଥିବା ବେଳେ ଶିଶୁମାନଙ୍କୁ ବିଭିନ୍ନ ଟିକାଦାନ ସେବାରେ ଗୁରୁତର ସଂକଟ ଉପୁଜିଛି। ସାଧାରଣତଃ ବିଦ୍ୟାଳୟରେ ବା ବିଭିନ୍ନ ସମାଗମ ସ୍ଥଳରେ ଏକାଦିକ୍ରମେ ବହୁସଂଖ୍ୟକ ଶିଶୁଙ୍କୁ ଟିକାଦାନ କରାଯାଇଥାଏ। ସେଭଳି ସ୍ଥିତି ସୃଷ୍ଟି କରିବା ଏବେ ଅସମ୍ଭବ ଥିବା ବେଳେ ମିଳିମିଳା ଜ୍ୱର ମୁଖ୍ୟତଃ ବାଳକବାଳିକାମାନଙ୍କ ପାଇଁ ବିପଦର କାରଣ ହୋଇଛି ବୋଲି ମିଳିତ ଜାତିସଂଘ ଆଜି ସତର୍କ କରାଇଦେଇଛି। ଏବେ ୨୪ଟି ରାଷ୍ଟ୍ରରେ ସର୍ବଜନୀନ ମିଳିମିଳା ଟିକାଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାହା ବାଧାପ୍ରାପ୍ତ ହୋଇଛି ବୋଲିୀ ୟୁନିସେଫ୍ କହିଛି। ସେଭଳି ଆହୁରି ୧୩ଟି ରାଷ୍ଟ୍ରରେ ଟିକାଦାନ ଠପ୍ ହୋଇଯାଇଛି। ଯାହା ବି ହେଉ ଶିଶୁମାନେ ଯେପରି ସ୍ଥାୟୀ ଭାବରେ ଏହି ଟିକା ନେବାରୁ ବଞ୍ଚିତ ନେହେବେ, ସେଥିପ୍ରତି ଧ୍ୟାନ ଦେବାକୁ ହେବ। ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୩ କୋଟି ଲୋକ ଏ ମିଳିମିଳାେର ଆକ୍ରାନ୍ତ ହୁଅନ୍ତି। ୨୦୧୮ରେ ୧ ଲକ୍ଷ ୪୦ ହଜାର ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ୨୪ଟି ଦେଶରେ ଏହି ଟିକାଦାନ ପାଇଁ ସ୍ୱାସ୍ଥ୍ୟକର୍ମୀ ହିଁ ନାହାନ୍ତି। କାରଣ ସେମାନେ ଏବେ କୋଭିଡ୍-୧୯ ମୁକାବିଲାରେ ଲାଗିଛନ୍ତି। ବାଙ୍ଗଲାଦେଶ, ବ୍ରାଜିଲ୍, କଙ୍ଗୋ, ସାଉଥ ସୁଦାନ, ନାଇଜେରିଆ, ୟୁକ୍ରେନ୍ ଓ କାଜାଖ୍ସ୍ତାନରେ ଚିନ୍ତାଜନକ ସ୍ଥିତି ଥିବା ବେଳେ କେବଳ କଙ୍ଗୋରେ ଚଳିତ ବର୍ଷ ମହାମାରୀରେ ଘଟିଛି ୬୦୦୦ ମିଳିମିଳା ମୃତ୍ୟୁ। ମୁଖ୍ୟତଃ ୧୨ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପ୍ରତି ମିଳିମିଳା ଅତ୍ୟନ୍ତ ସ୍ପର୍ଶକାତର।
କରୋନା ପ୍ରଭାବ: ୧୧.୭ କୋଟି ଶିଶୁଙ୍କୁ ମିଳିମିଳା ବିପଦ
/sambad/media/post_attachments/wp-content/uploads/2020/04/sfhsfhsf5h64sf98h7sf98h7sf98h4sfh65sfhsfhsfhsfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)