କରୋନା ଆକ୍ରାନ୍ତ: ଭାରତରେ ୫୦%ରୁ ଅଧିକ ମୃତ୍ୟୁ କେବଳ ୪ ସହରରେ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୦୦୦ ଟପିଛି ଏବଂ ମୃତ୍ୟୁସଂଖ୍ୟା ୪୧୪ରେ ପହଞ୍ଚିଛି। ତେବେ ଭାରତରେ ସମୁଦାୟ ମୃତ୍ୟୁସଂଖ୍ୟାର ୫୦ ପ୍ରତିଶତରୁ ଅଧିକ କେବଳ ୪ଟି ସହରରେ ହୋଇଛି। ମୁମ୍ବାଇ, ପୁନେ, ଇନ୍ଦୋର ଏବଂ ଦିଲ୍ଲୀରେ ଦେଶର ସମୁଦାୟ ମୃତ୍ୟୁସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ରିପୋର୍ଟ କରାଯାଇଛି। ଏହ‌ି ୪ଟି ସହରରେ କରୋନା ମୃତ୍ୟୁସଂଖ୍ୟା ୨୩୨ ରହିଛି ଯାହାକି ମୋଟ ମୃତ୍ୟୁସଂଖ୍ୟାର ୫୭ ପ୍ରତିଶତ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ କେବଳ ମହାରାଷ୍ଟ୍ରରେ କ‌ରୋନା ମୃତ୍ୟୁସଂଖ୍ୟା ୧୭୮ ରହିଛି। ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟାର ୬୦ ପ୍ରତିଶତ ତଥା ୧୧୩ଟି ମୁମ୍ବାଇରୁ ରିପୋ‌ର୍ଟ କରାଯାଇଛି। ଦେଶର ଅନ୍ୟ ସହର ତୁଳନାରେ ମଧ୍ୟ ମୁମ୍ବାଇରେ ମୃତ୍ୟୁସଂଖ୍ୟା ଅଧିକ ରହିଛି। ପୁନେରେ କରୋନା ମୃତ୍ୟୁସଂଖ୍ୟା ୩୫ ରହିଛି। ଦେଶରେ ଦ୍ବିତୀୟ ପ୍ରଭାବିତ ରାଜ୍ୟ ହେଉଛି ମଧ୍ୟପ୍ରଦେଶ। ମଧ୍ୟପ୍ରଦେଶର ଇନ୍ଦୋର୍‌ରେ ୩୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀରେ ସମୁଦାୟ ୩୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ‌ହୋଇଛି।

ସମ୍ବନ୍ଧିତ ଖବର