କରୋନା ମହାମାରୀ ଟାସ୍କଫୋର୍ସରେ ଆଉ ୩ ଆମେରିକୀୟ ଭାରତୀୟ ସିଇଓ ସାମିଲ

ନ୍ୟୁୟର୍କ : କରୋନା ମହାମାରୀ ବେଳେ ଭାରତକୁ ସହାୟତା କରିବା ଲାଗି ଆମେରିକାରେ ସରକାରୀ-ଘରୋଇ ସହଭାଗିତାରେ ଏକ ଟାସ୍କ ଫୋର୍ସ ଗଠନ ହୋଇଛି। ପୂର୍ବରୁ ଏଥିରେ ଅନେକ ଭାରତୀୟ ଆମେରିକୀୟ ସାମିଲ ହୋଇଥିବା ବେଳେ ଗତକାଲି ଆଉ ୩ ଜଣ ଆମେରିକୀୟ ଭାରତୀୟ ସିଇଓ ଏଥିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ, ଡେଲଏଟ୍ ସିଇଓ ପୁନୀତ ରେଞ୍ଜେନ୍ ଏବଂ ଏଡୋବ୍ ସିଇଓ ଶାନ୍ତନୁ ନାରାୟଣ।

ଭାରତ ପକ୍ଷରୁ କରୋନାର ମୁକାବିଲା ଯେଭଳି ସଫଳ ଭାବେ କରାଯାଇ ପାରିବ ସେଥିପାଇଁ ଆମେରିକାର ଉଦ୍ୟୋଗ ଜଗତ ସହାୟତାର ହାତ ବଢ଼ାଇଛି। ଆମେରିକା ଉଦ୍ୟୋଗ ଜଗତର କାର୍ଯ୍ୟକୁ ଟାସ୍କ ଫୋର୍ସ ଅନୁଧ୍ୟାନ କରୁଛି। ଗତ ୬ ତାରିଖରେ ଉପରୋକ୍ତ ୩ ଆମେରିକୀୟ ଭାରତୀୟ ସିଇଓଙ୍କ ସମେତ ଅନ୍ୟ ଯେଉଁମାନଙ୍କୁ ସାମିଲ କରାଯାଇଛି ସେମାନେ ହେଲେ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସିଇଓ ମାର୍କ ସୁଜମ୍ୟାନ, ବିଜ୍ନେସ୍ ରାଉଣ୍ଡଟେବୁଲ ସିଇଓ ଜସୁଆ ବୋଲଟେନ ଏବଂ ୟୁଏସ୍ ଚାମ୍ବର ଅଫ୍ କମର୍ସର ସିଇଓ ସୁଜନାନି କ୍ଲାର୍କ। ବିଜ୍ନେସ୍ ରାଉଣ୍ଡଟେବୁଲ୍ ସହାୟତାରେ ୟୁଏସ ଚାମ୍ବର ଅଫ୍ କମର୍ସ ଦ୍ବାରା ଉକ୍ତ ସରକାରୀ ଘରୋଇ ଟାସ୍କଫୋର୍ସ ଗଠନ ହୋଇଛି। ଆମେରିକା-ଭାରତ ବିଜନେସ୍ କାଉନସିଲ ଏବଂ ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫୋରମ ସହ ମିଶି ଉକ୍ତ ଟାସ୍କଫୋର୍ସ କାମ କରୁଛି।

ସମ୍ବନ୍ଧିତ ଖବର