ନୂଆଦିଲ୍ଲୀ: ଭାରତରେ ଗତ ୪ ଦିନ ମଧ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଲଗାତାର ୩ ଦିନ ଧରି ଭାରତରେ ୫୦୦ ନୂଆ ମାମଲା ସାମ୍ନାକୁ ଆସିଛି। ତେବେ କରୋନା ଭାଇରସ୍ ବାୟୁବାହିତ ଏବଂ ଏହା ଶ୍ବାସ ପ୍ରଶ୍ବାସ ଓ କଥାବାର୍ତ୍ତା ମାଧ୍ୟମରେ ବ୍ୟାପିଥାଏ ବୋଲି ଆମେରିକାର ବରିଷ୍ଠ ବୈଜ୍ଞାନିକ ଗଣ କହୁଥିବାବେଳେ ଆଇସିଏମ୍ଆର ( ଭାରତୀୟ ମେଡିକାଲ ଗବେଷଣା ପରିଷଦ)ର ଜଣେ ଶୀର୍ଷ ବୈଜ୍ଞାନିକ କହିଛନ୍ତି, ଏନେଇ ସେମିତି କୌଣସି ପ୍ରମାଣ ନାହିଁ। ଆଇସିଏମ୍ଆରର ମୁଖ୍ୟ ବୈଜ୍ଞନାକି ଡ. ରମନ ଗଙ୍ଗାଖେଡକର କହିଛନ୍ତି, କରୋନା ବାୟୁବାହିତ ବୋଲି ସେମିତି କୌଣସି ପ୍ରମାଣ ନାହିଁ। କରୋନା ଭାଇରସ୍ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ କାଶ ଏବଂ ଛିଙ୍କ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଲାଳରୁ ବ୍ୟାପିଥାଏ ବୋଲି ସେ କହିଛନ୍ତି।
କରୋନା ବାୟୁବାହିତ ବୋଲି ପ୍ରମାଣ ନାହିଁ: ଆଇସିଏମ୍ଆର
/sambad/media/post_attachments/wp-content/uploads/2020/04/nationalherald_2020-03_485ee6a4-fc50-468d-85af-41ef0b5abf26_52805197_403.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)