ଚେନ୍ନାଇ: ପୁଣି ଧୀରେ ଧୀରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨,୫୨୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୩ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ ବଡ କଥା ହେଉଛି ଯେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଆଇଆଇଟି ମାଡ୍ରାସର ୨୫ ଜଣ ଅଛନ୍ତି | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) -ମାଡ୍ରାସରେ କରୋନା ଭାଇରସ୍ ସଂକ୍ରମଣର ୨୫ଟି ମାମଲା ରିପୋର୍ଟ ହେବା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି। ତାମିଲନାଡୁ ସରକାର ଶନିବାର ଏହି ସୂଚନା ଦେଇଛନ୍ତି।
ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଜେ ରାଧାକୃଷ୍ଣନଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ପର୍ଯ୍ୟନ୍ତ, ଆଇଆଇଟି ମାଡ୍ରାସରେ ସଂକ୍ରମଣର ମୋଟ ସଂଖ୍ୟା ୩୦ ଥିବାବେଳେ ବର୍ତ୍ତମାନ ମାମଲା ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଜିନୋମ ସିକ୍ୱେନ୍ସିଂ ଆନାଲିସିସ୍ ପାଇଁ ନମୁନାଗୁଡିକ ପଠାଯାଇଥିବାବେଳେ ୨-୩ ସପ୍ତାହ ମଧ୍ୟରେ ରିପୋର୍ଟ ଆସିବ |
ସେ କହିଛନ୍ତି ଯେ ୧୪୨୦ ଜଣଙ୍କ ମଧ୍ୟରୁ ୫୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ସମସ୍ତଙ୍କର ସାମାନ୍ୟ ଲକ୍ଷଣ ରହିଛି | ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି | ସ୍ୱାସ୍ଥ୍ୟ ସଚିବ ଜେ ରାଧାକୃଷ୍ଣନ କହିଛନ୍ତି ଯେ ରାଜ୍ୟର ୯୩% ଲୋକଙ୍କୁ ଟିକା ଦିଆଯାଇଛି | ତାମିଲନାଡୁରେ ୯୩ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଏବଂ ୭୭ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/IIT-M-1200.jpg)