ଓଡ଼ିଶା ଓ ମହାରାଷ୍ଟ୍ରର ଅଧିକାଂଶ ପିଲାଙ୍କଠାରୁ ବାପା-ମା’ଙ୍କୁ ଛଡ଼ାଇ ନେଇଛି କରୋନା

ନୂଆଦିଲ୍ଲୀ: ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର) ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି ଯେ, ୨୦୨୦ ଏପ୍ରିଲ ଏକରୁ ଏଯାବତ କୋଭିଡ-୧୯ ଏବଂ ଅନ୍ୟାନ୍ୟ କାରଣରୁ ସମୁଦାୟ ୧,୪୭,୪୯୨ ପିଲା ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି।

କୋଭିଡ-୧୯ ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା ସମ୍ବନ୍ଧରେ ଏନସିପିସିଆର କହିଛି ଯେ ଏହାର ତଥ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ‘ଶିଶୁ ସ୍ୱରାଜ ପୋର୍ଟାଲ୍ – କୋଭିଡ କେୟାର’ରେ ଜାନୁଆରି ୧୧ ପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ତଥ୍ୟ ଉପରେ ଆଧାରିତ।

ଆଡଭୋକେଟ ସ୍ବରୂପମା ଚତୁର୍ବେଦୀଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ଆଫିଡେଭିଟରେ କୁହାଯାଇଛି ଯେ ଜାନୁୟାରି ୧୧ ପର୍ଯ୍ୟନ୍ତ ଅପଲୋଡ୍ ହୋଇଥିବା ତଥ୍ୟରୁ ଜଣାପଡିଛି ଯେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ମୋଟ ପିଲାଙ୍କ ସଂଖ୍ୟା ୧,୪୭,୪୯୨ ରହିଛି। ସେଥିମଧ୍ୟରୁ ଅନାଥ ପିଲାଙ୍କ ସଂଖ୍ୟା ୧୦,୦୯୪। ସେହିପରି ବାପା କିମ୍ବା ମା’କୁ ହରାଇଥିବା ପିଲାଙ୍କ ସଂଖ୍ୟା ୧,୩୬,୯୧୦ ରହିଛି।

Child says he wants to die | Focus on the Family Australia

ଆୟୋଗ ଅନୁଯାୟୀ, ଲିଙ୍ଗ ଆଧାରରେ ୧,୪୭,୪୯୨ ପିଲାଙ୍କ ମଧ୍ୟରୁ ୭୬,୫୦୮ ଜଣ ବାଳକ, ୭୦,୯୮୦ ଜଣ ବାଳିକା ଏବଂ ଚାରିଜଣ କିନ୍ନର ରହିଛନ୍ତି। ଏହି ଆଫିଡେଭିଟ୍‌ରେ କୁହାଯାଇଛି ଯେ ମୋଟ ପିଲାମାନଙ୍କ ମଧ୍ୟରୁ ୫୯,୦୧୦ ପିଲା ଆଠରୁ ୧୩ ବର୍ଷ ବୟସରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚାରିରୁ ସାତ ବର୍ଷ ବୟସର ପିଲା ଅଛନ୍ତି। ଯେଉଁମାନଙ୍କ ମୋଟ ସଂଖ୍ୟା ୨୬,୦୮୦ରହିଛି।

ଓଡିଶା-ମହାରାଷ୍ଟ୍ରରେ ଏପରି ପିଲାଙ୍କ ସଂଖ୍ୟା ଅଧିକ ରହିଛି। ୨୦୨୦ ଏପ୍ରିଲ୍ ଠାରୁ ପିତା କିମ୍ବା ମାତା ନଚେତ ଉଭୟ ପିତାମାତାଙ୍କୁ କୋଭିଡ ଏବଂ ଅନ୍ୟାନ୍ୟ କାରଣରୁ ହରାଇଥିବା ପିଲାମାନଙ୍କର ରାଜ୍ୟସ୍ତରୀୟ ବିବରଣୀ ପ୍ରଦାନ କରି ଆୟୋଗ କହିଛନ୍ତି ଯେ ଏହିପରି ଶିଶୁଙ୍କ ସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଯାହାର ସଂଖ୍ୟା ୨୪,୪୦୫।

ସେହିପରି ଏହି ସଂଖ୍ୟା ମହାରାଷ୍ଟ୍ରରେ (୧୯,୬୨୩), ଗୁଜୁରାଟରେ ( ୧୪,୭୭୦), ତାମିଲନାଡୁରେ (୧୧,୦୧୪), ଉତ୍ତରପ୍ରଦେଶରେ (୯,୨୪୭), ଆନ୍ଧ୍ରପ୍ରଦେଶରେ (୮,୭୬୦), ମଧ୍ୟପ୍ରଦେଶରେ (୭,୩୪୦), ପଶ୍ଚିମବଙ୍ଗରେ (୬,୮୩୫) ଏବଂ ଦିଲ୍ଲୀରେ (୬,୬୨୯) ଏବଂ ରାଜସ୍ଥାନରେ (୬,୮୨୭) ରହିଛି।

ସମ୍ବନ୍ଧିତ ଖବର