ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀ ମେ' ମଧ୍ୟଭାଗ ସୁଦ୍ଧା ଭାରତରେ ଶିଖର ଛୁଇଁବ । ମେ' ୨୨ ବେଳକୁ ଭାରତରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିଥିବ। ତେବେ ଏହାପରେ ଧୀରେଧୀରେ କରୋନାର ପ୍ରଭାବ କମିବ। ଗ୍ଲୋବାଲ୍ କନ୍ସଲ୍ଟିଂ ଫାର୍ମ ପ୍ରୋଟିଭିଟି ସହ ଟାଇମ୍ସ ନେଟୱର୍କ ଦ୍ବାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଆକଳନ କରାଯାଇଛି। 'ଟାଇମ୍ସ ଫ୍ୟାକ୍ଟ ଇଣ୍ଡିଆ ଆଉଟ୍ବ୍ରେକ୍ ରିପୋର୍ଟ' ୩ଟି ସମ୍ଭାବନାକୁ ନଜରରେ ରଖି ଏହା ଆକଳନ କରିଛି ଯେ ମେ' ୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଛୁଇଁବ। କରୋନା କିଭଳି ବିଭିନ୍ନ ସ୍ଥିତିରେ ବଢ଼ିବ ଏବଂ ଏହି ସଙ୍କଟକୁ ସରକାର ଏବଂ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକ କିଭଳି ମୁକାବିଲା କରିବେ ସେନେଇ ୩ଟି ମଡେଲ୍କୁ ବ୍ୟବହାର କରାଯାଇଛି।
ଲକ୍ଡାଉନ୍ ଯଦି ମେ' ୩ ପରେ ବଢ଼େ ତେବେ ଭାଇରସ୍ ପୁନଃ ବ୍ୟାପିବା ହାର ୦.୮ ରହିବ। ଏହାର ଅର୍ଥ ଜଣେ ବ୍ୟକ୍ତି ୦.୮ ଜଣଙ୍କୁ କରୋନା ସଂକ୍ରମିତ କରିପାରିବେ। ଯଦି ଲକ୍ଡାଉନ୍ ମେ' ୩୦ ପର୍ଯ୍ୟନ୍ତ ବଢ଼େ ତେବେ ଜୁନ୍ ମଧ୍ୟ ଭାଗ ବେଳକୁ ଭାରତରେ ସଂକ୍ରମଣ ମାମଲା ଶୂନ ହୋଇଯିବ।
ଏହି ୩ଟି ମଡେଲ୍ ହେଉଛି ପର୍ସେଣ୍ଟେଜ୍ ମଡେଲ୍, ଟାଇମ୍ ସିରିଜ୍ ମଡେଲ୍, ସସ୍ପେକ୍ଟିବଲ୍ ଏକ୍ସପୋଜ୍ଡ ଇନଫେକ୍ଟେଡ୍ ରିକଭର୍ଓ (ଏସ୍ଇଆର) ମଡେଲ ତଥା ଏକ୍ସପୋଜେଡ୍ ରିକଭର୍ ମଡେଲ୍। ପର୍ସେଣ୍ଟେଜ୍ ମଡେଲ୍ ଇଟାଲି ଏବଂ ଆମେରିକାରେ ଏହି ରୋଗ ବିସ୍ତାରର ଧାରା ବ୍ୟବହାର ଏହାକୁ ଭାରତ କ୍ଷେତ୍ରରେ ପ୍ରୟୋଗ କରି ପୂର୍ବାନୁମାନ କରିଛି। ଟାଇମ୍ ସିରିଜ୍ ମଡେଲ୍ ଚୀନ୍ ଏବଂ ଦକ୍ଷିଣ କୋରିଆର ସମୟ ଅବଧି ମଧ୍ୟରେ ତଥ୍ୟକୁ ବିଚାରକୁ ନେଇ ଏହାକୁ ଭାରତର ତଥ୍ୟ ସହ ତୁଳନା କରିଛି। ଏସ୍ଇଆଇଆର ମଡେଲ୍ ଭାଇରସ୍ର ରିପ୍ରଡକ୍ସନ୍ ହାରର ଆକଳନ ଉପରେ ଆଧାରିତ। ଏହି ୩ଟି ମଡେଲ୍ କରୋନା ଭାଇରସ୍ କିଭଳି ବ୍ୟାପିବ ତାହା ସୂଚାଇ ଦେଉଛି ଏବଂ କେଉଁ ସମୟରେ ଲକ୍ଡାଉନ୍ ଉଠିବା ସୁରକ୍ଷିତ ହେବ ସେନେଇ ମଧ୍ୟ ଏଥିରୁ ଆକଳନ କରାଯାଉଛି।
ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଲକ୍ଡାଉନ୍ ଯଦି ମେ' ୩ ପରେ ବଢ଼େ ତେବେ ଭାଇରସ୍ ପୁନଃ ବ୍ୟାପିବା ହାର ୦.୮ ରହିବ। ଏହାର ଅର୍ଥ ଜଣେ ବ୍ୟକ୍ତି ୦.୮ ଜଣଙ୍କୁ କରୋନା ସଂକ୍ରମିତ କରିପାରିବେ। ଯଦି ଲକ୍ଡାଉନ୍ ମେ' ୩୦ ପର୍ଯ୍ୟନ୍ତ ବଢ଼େ ତେବେ ଜୁନ୍ ମଧ୍ୟ ଭାଗ ବେଳକୁ ଭାରତରେ ସଂକ୍ରମଣ ମାମଲା ଶୂନ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/corona-8-1.jpg)