ଦେଶରେ ଦ୍ରୁତଗତିରେ କମୁଛି ସକ୍ରିୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୯୩ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି | ବର୍ତ୍ତମାନ ଦେଶରେ ୪୯,୯୪୮ ସକ୍ରିୟ ମାମଲା ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୫୫ ଜଣ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସକ୍ରିୟ ମାମଲା ୦.୧୨ ପ୍ରତିଶତ ଥିବାବେଳେ ଦୈନିକ ପଜିଟିଭିଟି ହାର ୦.୪୬ ପ୍ରତିଶତକୁ ଖସିଆସିଛି |

ସେହିପରି ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧୭୯.୧୩ କୋଟି ଡୋଜ ଟିକା ଦିଆଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୧୨୨୩ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୫,୧୩,୩୧୨କୁ ବୃଦ୍ଧି ପାଇଛି। ରାଜ୍ୟରେ ସଂକ୍ରମଣ ହେତୁ ୮୩ ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ରାଜ୍ୟରେ କରୋନା ହେତୁ ମୃତ୍ୟୁ ସଂଖ୍ୟା ୬୬,୨୬୩ କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର