ମହାକୁମ୍ଭମେଳାରେ କରୋନା ପ୍ରକୋପ: ୬୮ ସା‌ଧୁ ସଂକ୍ରମିତ, ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମହାକୁମ୍ଭମେଳାରେ ଜଣେ ଶୀର୍ଷ ସାଧୁଙ୍କର କ‌ରୋନାରେ ମୃତ୍ୟୁ ହୋଇଯାଇଛି। ଚଳିତ ସପ୍ତାହରେ ଏକ ହିନ୍ଦୁ ଆଖଡ଼ାର ମୁଖ୍ୟ ମହାମଣ୍ଡଳେଶ୍ବର କପିଳ ଦେବ ଦାସ (୬୫) କରୋନା ସଂକ୍ରମିତ ହୋଇଥିଲେ ଏବଂ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ଏପ୍ରିଲ ୫ରୁ ୧୪ ମଧ୍ୟ‌ରେ ମୋଟ୍‌ ୬୮ ଜଣ ସାଧୁ କରୋନା ସଂକ୍ରମିତ ହୋଇଥିବାବେଳେ ୧୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କପିଳ ଦେବ ଦାସ ଯେଉଁ ଶିବିରରେ ରହୁଥିଲେ ସେହି ଶିବିରରେ ଥିବା ୧୦ ହଜାରରୁ ଅଧିକ ସାଧୁ ଏବଂ ଅନୁଗାମୀଙ୍କ କରୋନା ‌ଟେଷ୍ଟ୍‌ କରାଯାଇଛି।

କୁମ୍ଭମେଳା ଆସନ୍ତା ୩୦ ତାରିଖରେ ଶେଷ ହେବ। ଆସନ୍ତା ୨୭ ତାରିଖରେ ଶେଷ ସାହି ସ୍ନାନ ଅଛି। କିନ୍ତୁ ଏଥିରେ ମାତ୍ର ଅଳ୍ପ କିଛି ସାଧୁ ସନ୍ଥ ବୁଡ଼ ପକାଇବେ। ସଂକ୍ରମଣ ବଢ଼ିବାରୁ ଅନେକ ସାଧୁ ମେଳାସ୍ଥଳ ଛାଡ଼ିଦେବାକୁ ପ୍ରସ୍ତୁତ ହେଲେଣି। ଜୁନା ଆଖଡ଼ା ପରେ ସବୁଠୁ ଶକ୍ତିଶାଳୀ ଏବଂ ସବୁଠୁ ବଡ଼ ନାଗା ସନ୍ୟାସୀ ଆଖଡ଼ା ତଥା‌ ନିରଂଜନି ଆଖଡ଼ାର ସଚିବ ରବିନ୍ଦ୍ର ପୁରୀ କହିଛନ୍ତି, ହରିଦ୍ବାରାରେ ପଡ଼ିଥିବା ଶିବିରରେ ଅଧିକାଂଶ ଅନୁଗାମୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି। ତେବେ ସମସ୍ତ କୁମ୍ଭ ତୀର୍ଥଯାତ୍ରୀଙ୍କ ପାଇଁ କର୍ଣ୍ଣାଟକ କୋଭିଡ୍‌ ଟେଷ୍ଟ୍‌ ବାଧ୍ୟତାମୂଳକ କରିଛି। ମେଳା ପ୍ରଶାସନ ଅନୁଯାୟୀ କେବଳ ଗୁରୁବାର ୩୩୨ ଲୋକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ କେତେଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ସେନେଇ ପ୍ରଶାସନ ପାଖରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ।

ସମ୍ବନ୍ଧିତ ଖବର