ମହାରାଷ୍ଟ୍ର ସ୍ଥିତି ସାଂଘାତିକ, ଗୋଟିଏ ଦିନରେ ୨୯୪୦ଟି ନୂଆ ମାମଲା, ମୋଟ ସଂଖ୍ୟା ୪୪୫୮୨

ମୁମ୍ବାଇ : ସମଗ୍ର ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଥ#ବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଆଜି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୨୯୪୦ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ସଂକ୍ରମିତସଂଖ୍ୟା ୪୪୫୮୨ରେ ପହଞ୍ଚିଛି ।

ମହାରାଷ୍ଟ୍ର ମଧ୍ୟରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛି ମୁମ୍ବାଇ ମହାନଗରୀ । ଆଜି ଗୋଟିଏ ଦିନରେ ଏହି ନଗରୀରେ ମୋଟ ୧୭୫୧ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିବାବେଳେ ୨୭ ଜଣ ମୃତ୍ୟୁବରଣ କରିଛନ୍ତି । ମୁମ୍ବାଇରେ ଥିବା ଧରାବି ବସ୍ତି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହି ବିଶାଳ ବସ୍ତିରେ ଆଜି ୫୩ଟି ନୂଆ ମାମଲା ଦେଖାଦେଇଛି । ଏହାକୁ ମାଶାଇ ଧରାବିରେ ମୋଟ ସଂକ୍ରମିତ ସଂଖ୍ୟା ୧୪୭୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫୭ରେ ପହଞ୍ଚିଛି ବୋଲି ବୃହତ ମୁମ୍ବାଇ ମହାଗରପାଳିକା ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଦେଶର ମୋଟ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାର ଥିବାବେଳେ ମୃତ୍ୟୁସଂଖ୍ୟା ୩୫ଶହ ଟପିଯାଇଛି । ତେବେ ଦେଶରେ ଆରୋଗ୍ୟ ସଂଖ୍ୟା ୪୮୫୩୩ରେ ପହଞ୍ଚିଛି । ଏହା ଫଳରେ ଦେଶର ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୪୧ ପ୍ରତିଶତକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର