କରୋନା ଉଜାଡୁଛି ସାମାଜିକ ସନ୍ତୁଳନ : ମେକ୍ସିକୋରେ ବଢୁଛି ହତ୍ୟା ମାମଲା

ମେକ୍ସିକୋ ସିଟି: ସମ୍ପ୍ରତି ପୃଥିବୀ ପାଇଁ କରୋନା ଭୂତାଣୁ ଜନିତ ମହାମାରୀ ରୋଗ କୋଭିଡ୍–୧୯ ଅନ୍ୟତମ ବିଶ୍ବଯୁଦ୍ଧ ତୁଲ୍ୟ ମାନବ ଗଣସଂହାର ଭାବେ ଉଭା ହୋଇଛିା ତାହା କବଳରୁ ନିଜକୁ ବଞ୍ଚାଇବା ପାଇଁ ବିଶ୍ବ ସମୁଦାୟ ବିକଳ୍ପ ଉପାୟମାନ ଖୋଜିଚାଲିଛନ୍ତିା ତେବେ ବିଭିନ୍ନ ସ୍ଥାନରେ ଏହି ମହାମାରୀ ପ୍ରଭାବ ଯୋଗୁଁ ସାମାଜିକ ସନ୍ତୁଳନର ଅବକ୍ଷୟ ହୋଇଚାଲିଥିବା ଘଟଣା ଚିନ୍ତାର ବିଷୟ ହୋଇଛିା ବିଶେଷ କରି ଉତ୍ତର ଆମେରିକୀୟ ଦେଶ ମେକ୍ସିକୋରେ ସାଧାରଣ ଲୋକଙ୍କ ମଧ୍ୟରେ ହତ୍ୟାପ୍ରବଣତା ମାତ୍ରାଧିକ ବଢ଼ିଚାଲିଥିବା ଦେଖିବାକୁ ମିଳିଛିା ବିଶ୍ବର ପ୍ରାୟ ଦୁଇଶହରୁ ଅଧିକ ଦେଶରେ କାୟା ବିସ୍ତାର କରିସାରିଥିବା ଏହି ଦୁଃସାଧ୍ୟ ରୋଗ କରୋନା ଦାଉରେ ଲୋକେ ତ୍ରାହି ତ୍ରାହି ଡାକ ଛାଡିଥିବା ବେଳେ ମେକ୍ସିକୋରେ ହତ୍ୟା ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିବା ରିପୋର୍ଟ ମିଳିଛିା ସାଢେ଼ ୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ କେବଳ ଗତ ମାର୍ଚ୍ଚ ମାସରେ ହିଁ ସଂଘଟିତ ୨୫୮୫ଟି ହତ୍ୟାକାଣ୍ତ ସେଠାର ସରକାରଙ୍କ ମୁଣ୍ତବିନ୍ଧାର କାରଣ ସାଜିଛିା ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ପାଖାପାଖି ଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୬୦ ରହିଛିା ତେବେ ଦିନକୁ ଦିନ ବ୍ୟାପିଚାଲିଥିବା ଏହି କରୋନା ସଂକଟର ମୁକାବିଲା ପାଇଁ ଦେଶର ସୁରକ୍ଷା କର୍ମୀମାନେ ବ୍ୟସ୍ତ ରହୁଛନ୍ତିା ଏହି ମଉକାରେ ଦୁର୍ବଳ ଅର୍ଥନୀତି ସଂପନ୍ନ ଏହି ଦେଶରେ ସାମ୍ପ୍ରତିକ ସ୍ଥିତି ଅପରାଧୀମାନଙ୍କ ପାଇଁ ଅନୁକୂଳ ବାତାବରଣ ଆଣିଛିା ସୂଚନାଯୋଗ୍ୟ, ୪୦ ପ୍ରତିଶତରୁ ଅଧିକ ଦେଶବାସୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ଦେଶରେ ବହୁଳ ନିଶାଦ୍ରବ୍ୟ କାରବାର ହିଁ ଅପରାଧୀମାନଙ୍କ ଅବାଧ ଚରାଭୂଇଁ ପାଲଟିଛିା ଏଥି ସାଙ୍ଗକୁ ବିଭିନ୍ନ ସ୍ଥାନରେ ନିଜର ଆଧିପତ୍ୟ ବଡ଼ାଇବା ଲାଗି ଅପରାଧୀ ଗୋଷ୍ଠୀମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜୁଛିା ତେବେ ଏଭଳି ଅପରାଧ ଘଟଣା ମାର୍ଚ୍ଚ ଶେଷ ବେଳକୁ ନିୟନ୍ତ୍ରଣକୁ ଆସିଯିବ ବୋଲି ରଷ୍ଟ୍ରପତି ଲୋପେଜ୍ ଓବ୍ରାଟର ଆଶା ରଖିଥିଲୋ ମାତ୍ର ଅପ୍ରତ୍ୟାଶିତ ଭାବେ ବଡ଼ିଚାଲିଥିବା କରୋନା ସ୍ଥିତିର ମୁକାବିଲା ପାଇଁ ଦେଶର ସୁରକ୍ଷା ବାହିନୀ ନିୟୋଜିତ ରହିଥିବାରୁ ହତ୍ୟା ଘଟଣା ସର୍ବକାଳୀନ ରେକର୍ଡ ଭାଙ୍ଗିଛିା

ସମ୍ବନ୍ଧିତ ଖବର