ଆସିଲା ଆଶ୍ବସ୍ତ କଲା ଭଳି ଖବର: ଦିଲ୍ଲୀ ଓ ମୁମ୍ବାଇରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଆସିଲା ଆଶ୍ବସ୍ତ କଲା ଭଳି ଖବର। ଦିଲ୍ଲୀ ଓ ମହାରାଷ୍ଟ୍ରରେ କମୁଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ସନ୍ଧ୍ୟା ୬ଟାରେ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ ଗତ ୨୪ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୨ହଜାର ୫୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ୨୪ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ବିବୃତି ଅନୁଯାୟୀ ଏବେ ଦିଲ୍ଲୀରେ ସଂକ୍ରମଣ ହାର ୨୭.୯୯ରେ ପହଞ୍ଚିଛି।  ଗତ ୨୪ଘଣ୍ଟା ମଧ୍ୟରେ, ୪୪୭୬୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ସହରରେ ୮୩୯୮୨ସକ୍ରିୟ ରୋଗୀ ରହିଛନ୍ତି। ତେବେ ଜାନୁଆରି ୧୩ରେ, ସହରରେ ୨୮,୮୬୭ ଲୋକ କରୋନା ସଂକ୍ରମିତ ହୋଇଥିଲେ, ଯାହା ପୂର୍ବ ସବୁ ରେକର୍ଡ ଭାଙ୍ଗିଥିଲା। ହେଲେ ଏବେ ସଂକ୍ରମଣ କମ ହେଉଥିବା ଦେଖାଯାଉଛି, ଯାହା ଲୋକଙ୍କୁ ଟିକେ ଆଶ୍ବସ୍ତ କରିଛି।

ସେହିଭଳି ମୁମ୍ବାଇରେ ଗତ ୨୪ଘଣ୍ଟା ମଧ୍ୟରେ ୫୯୭୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ଗୋଟିଏ ଦିନ ମଧ୍ୟରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମଣକୁ ମିଶାଇ ଏବେ ୫୦,୭୫୭ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହାପୂର୍ବରୁ, ରବିବାର ଦିନ, ରାଜଧାନୀ ମୁମ୍ବାଇରେ୭,୮୯୫ଜଣ କରୋନା ସଂକମ୍ରିତ ହୋଇଥିଲେ।

ସମ୍ବନ୍ଧିତ ଖବର