କମୁନି କରୋନା: ଏବେ ବି ଦେଶର କିଛି ଜିଲ୍ଲାରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ୪୪ଟି ଜିଲ୍ଲାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି । ଏହି ଜିଲ୍ଲାଗୁଡ଼ିକରେ ସାପ୍ତାହିକ ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଛି । ବିଶେଷ କରି ୩୭ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଦେଶର ୯ଟି ରାଜ୍ୟର ୩୭ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏହି ୯ଟି ରାଜ୍ୟ ହେଲେ  କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମିଜୋରାମ, ମେଘାଳୟ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତାମିଲନାଡ଼ୁ । ଏସବୁ ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା ସଂକ୍ରମଣ ବଢୁଥିବା ଦେଖାଯାଉଛି । କେରଳ ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଗତ ସପ୍ତାହରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ପ୍ରାୟ ୫୧ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଥିଲେ ।  ଅନ୍ୟପକ୍ଷରେ ସାରା ଦେଶରେ ହାରାହାରି ସାପ୍ତାହିକ ପଜିଟିଭିଟି ହାର ଏବେ ୨ ପ୍ରତିଶତ ତଳେ ରହିଛି ।

COVID-19 Coronavirus - Center for Disaster Philanthropy

ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସଂପର୍କରେ ଅଗ୍ରୱାଲ କହିଛନ୍ତି ଯେ ଏ ନେଇ ରାଜ୍ୟ ସରକାରମାନଙ୍କୁ ରିପୋର୍ଟ ମଗାଯାଇଛି । ଏପର୍ଯ୍ୟନ୍ତ କୌଣସି ରାଜ୍ୟ ନିର୍ଦ୍ଦିଷ୍ଟଭାବେ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁ ସଂପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । କେବଳ ଗୋଟିଏ ରାଜ୍ୟ ଏକ ସଂଦିଗ୍ଧ ମୃତ୍ୟୁ ସମ୍ପର୍କରେ ସୂଚୀତ କରିଛି ।

ସମ୍ବନ୍ଧିତ ଖବର