ୱାସିଂଟନ: ମହାମାରୀ କରୋନାଭୂତାଣୁର ବ୍ୟାପକ ସଂକ୍ରମଣକ୍ଷମତା ନେଇ ବିଶ୍ବବ୍ୟୀପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହା ଏଚ୍ଆଇଭି ଭଳି ଯୌନ ସଂକ୍ରାମକ ନୁହେଁ ବୋଲି ସଦ୍ୟ ଏକ ଅନୁଧ୍ୟାନରୁ ଜଣାପଡି଼ଛିା କୋଭିଡ୍ ପୀଡି଼ତ ପୁରୁଷର ଶୁକ୍ରାଣୁ କିମ୍ବା ଅଣ୍ତକୋଷରେ କରୋନାଭୂତାଣୁ ସାର୍ସ–କୋଭ୍–୨ ମିଳିନଥିବାରୁ ଯୌନକ୍ରିୟା ଦ୍ବାରା ଏହା ସଂକ୍ରମିତ ହୁଏନାହିଁ ବୋଲି ସ୍ପଷ୍ଟ ହୋଇଛିା ଫର୍ଟିଲିଟି ଆଣ୍ତ୍ ଷ୍ଟେରିଲିଟି ନାମକ ପତ୍ରିକାରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରକାଶ ପାଇଛିା ଇବୋଲା ଓ ଜାଇକା ପରି ଘାତକ ରୋଗର ଭୂତାଣୁଗୁଡି଼କ ଯୌନକ୍ରିୟା ଦ୍ବାରା ସଂକ୍ରମିତ ହେଉଥିବା ବେଳେ ଅନୁରୂପ ଭାବେ ସାର୍ସ–କୋଭ୍–୨ର ସଂକ୍ରମଣ ହେଉଛି କି ନାହିଁ ତାହା ଜାଣିବା ପାଇଁ ଆମେରିକା ଓ ଚୀନର ଗବେଷକମାନେ ଏହି ଅନୁଧ୍ୟାନ ଚଳାଇଥିଲେ। ସେମାନେ ୩୪ ଜଣ କୋଭିଡ୍ ଆକ୍ରାନ୍ତ ଚୀନ୍ ନାଗରିକଙ୍କଠାରୁ ମାସାଧିକ କାଳ ସେମାନଙ୍କ ଶୁକ୍ରାଣୁ ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରିଥିଲୋ ତେବେ କୌଣସିଥିରେ କରୋନା ଭୂତାଣୁର ଚିହ୍ନବର୍ଣ୍ଣ ମିଳିନଥିଲା। ପରେ ଅଣ୍ତକୋଷରୁ ନମୁନା ନେଇ ମଧ୍ୟ ଗବେଷକମାନେ ଅନୁରୂପ ସିଦ୍ଧାନ୍ତରେ ପହି ପାରିଛନ୍ତିା
ଅନ୍ୟପକ୍ଷରେ ସୂର୍ଯ୍ୟାଲୋକ ସମେତ ଅଧିକ ଉତ୍ତାପ ଓ ଆର୍ଦ୍ରତାବିଶିଷ୍ଟ ପରିବେଶରେ କରୋନାଭୂତାଣୁୁମାନେ ଖୁବ୍ ଶୀଘ୍ର ଦୁର୍ବଳ ହୋଇପଡି଼ଥାନ୍ତି ବୋଲି ଆଜି ସକାଳେ ଆମେରିକାର ରାଷ୍ଟ୍ରପତି ଭବନରେ ସାମ୍ବାଦିକମାନଙ୍କୁ କରୋନା ସ୍ଥିତି ସମ୍ପର୍କରେ ମତାମତ ରଖିଲା ବେଳେ ସ୍ବରାଷ୍ଟ୍ର ବିଭାଗ ଅଧିକାରୀ ଓ୍ବିଲିଅମ୍ ବ୍ର୍ୟାନ୍ କହିଛନ୍ତି। ଆମେରିକାର ସରକାରୀ ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, କରୋନାଭୂତାଣୁମାନେ ଘର ଭିତରେ ଶୁଷ୍କ ପରିବେଶରେ ଏବଂ ଅପେକ୍ଷାକୃତ କମ୍ ତାପମାତ୍ରାରେ ଅନାୟାସରେ ବଡ଼ିଥାଆନ୍ତିା ଅପରପକ୍ଷେ, ଅଧିକ ତାପମାତ୍ରା ଏବଂ ଆର୍ଦ୍ର ଜଳବାୟୁରେ ସେମାନେ ନିଜର ପ୍ରକୋପ ହରାଇ ବସିଥାନ୍ତିା ଏପରିକି ସିଧା ସଳଖ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ ସେମାନଙ୍କର ମୃତ୍ୟୁହାର କ୍ଷିପ୍ର ବୋଲି ଏହି ଗବେଷକମାନଙ୍କ ମତ।