ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରାଳୟ ମଇ ୩୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଜାରି କରିଥିବା ଆକଳନ ଅନୁଯାୟୀ ‌ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୯୫ରେ ପହଞ୍ଚି ଯାଇଛି।

Advertisment

୨୪ଘଣ୍ଟା ମଧ୍ୟରେ  ୬୮୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଛତିଶଗଡ଼, କର୍ଣ୍ଣାଟକ, କେରଳ ଓ ଉତ୍ତରପ୍ରଦେଶର ରହିଛନ୍ତି।

୨୪ଘଣ୍ଟା ମଧ୍ୟରେ କେରଳରେ ୧୮୯ଜଣ, କର୍ଣ୍ଣାଟକରେ ୮୬ଜଣ, ପଶ୍ଚିମବଙ୍ଗରେ ୮୯ଜଣ, ଦିଲ୍ଲୀରେ ୮୧ଜଣ, ଉତ୍ତରପ୍ରଦେଶରେ ୭୫ଜଣ, ତାମିଲନାଡ଼ୁରେ ୩୭ଜଣ, ମହାରାଷ୍ଟ୍ରରେ ୪୩ଜଣ, ଗୁଜୁରାଟରେ ୪୨ଜଣ, ରାଜସ୍ଥାନ‌ରେ ୯ଜଣ, ପଡୁଚେରୀରେ ୬ଜଣ, ମଧ୍ୟପ୍ରଦେଶରେ ୬ଜଣ, ହରିୟାଣାରେ ୬ଜଣ, ଝାଡଖଣ୍ଡରେ ୬ଜଣ, ଓଡ଼ିଶାରୁ ୨ଜଣ, ଜମ୍ମୁ-କଶ୍ମୀରରୁ ୨ଜଣ, ଛତିଶଗଡ଼ରୁ ୩ଜଣ, ଆନ୍ଧ୍ରପ୍ରଦେଶରୁ ଜଣେ, ପଞ୍ଜାବରୁ ଜଣେ ଓ ଗୋଆରୁ ଜଣେ ଲେଖାଏଁ କରୋନା କଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ କ୍ରମାଗତ ଭାବେ ରାଜ୍ୟମାନଙ୍କୁ କରୋନା ସଂକ୍ରମଣ ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛି।