କରୋନା ଲକ୍‌ଡାଉନ୍‌ ପ୍ରଭାବ: ୬୦ ପ୍ରତିଶତରୁ ଅଧିକ ଦେହଜୀବୀ ଦିଲ୍ଲୀ ଛାଡ଼ିଲେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ କାରଣରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି, ଯାହାର ସିଧାସଳଖ ପ୍ରଭାବ ଦେହଜୀବୀଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି କାରଣରୁ ଦିଲ୍ଲୀର ଅନେକ ଦେହଜୀବୀ ଅର୍ଥ ଅଭାବରୁ ଖାଇବାକୁ ପିଇବାକୁ ନ ପାଇ ନିଜ ଘରକୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି। ପାଖାପାଖି ୬୦ପ୍ରତିଶତ ଦେହଜୀବୀ ଦିଲ୍ଲୀ ଛାଡ଼ି ଦେଇଥିବା ଜଣାପଡ଼ିଛି।

India can avoid 72 per cent of projected COVID-19 cases by closing ...
The Economic Times

ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣର ଭୟ ହେତୁ ଦେହଜୀବୀଙ୍କୁ ଗ୍ରାହକ ମିଳୁ ନାହାନ୍ତି। ସମଗ୍ର ଦେଶରେ ଦେହଜୀବୀଙ୍କ ପାଇଁ ଆଇନଗତ ଅଧିକାରୀ, ସ୍ୱାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ପ୍ରସଙ୍ଗରେ କାମ କରୁଥିବା ସଂସ୍ଥା ଅଲ ଇଣ୍ଡିଆ ନେଟଓ୍ଵାର୍କ ଅଫ୍‌ ସେକ୍ସ ଓାର୍କସ୍‌ର ଅଧ୍ୟକ୍ଷ କୁସୁମଙ୍କ କହିବାନୁସାରେ, ଦିଲ୍ଲୀର ୬୦ ପ୍ରତିଶତ ଦେହଜୀବୀ ନିଜର ଗୃହ ରାଜ୍ୟ ଅଭିମୁଖେ ବାହାରି ଯାଇଛନ୍ତି। ସରକାରୀ ଆକଳନ ଅନୁସାରେ ଦିଲ୍ଲୀରେ ପଞ୍ଜିକୃତ ଦେହଜୀବୀଙ୍କ ସଂଖ୍ୟା ପାଖାପାଖି ୫ହଜାର ଓ ଗୃହ ରାଜ୍ୟ ଫେରିଥିବା ଦେହଜୀବୀଙ୍କ ସଂଖ୍ୟା ତିନି ହଜାର ରହିଛି। ଭୋଜନ ଓ ଔଷଧର ଅଭାବ ହେତୁ ଅନେକ ସପ୍ତାହ ସଂଘର୍ଷ ପରେ ସେମାନେ ସହର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

Keep red light areas closed post- coronavirus lockdown: Yale ...
New Indian Express

ଜଣେ ଦେହଜୀବୀଙ୍କ କହିବାନୁସାରେ, ଆଠବର୍ଷ ହେବ ଦିଲ୍ଲୀରେ ରହିବା ପରେ ଶେଷରେ ସେ ଉତ୍ତରପ୍ରଦେଶ ନିଜ ଘରକୁ ଫେରି ଯାଇଛନ୍ତି। ୧୮ବର୍ଷ ବୟସରେ ଘରୁ ହିରୋଇନ୍‌ ହେବା ଆଶାରେ ଚାଲି ଆସିଥିଲେ। କିନ୍ତୁ ଉପାୟ ନପାଇ ବଞ୍ଚିବା ପାଇଁ ଟଙ୍କାର ଆବଶ୍ୟକତା ହେତୁ ସେ ଏହି ବାଟରେ ପାଦ ଥାପିଥିଲେ। ଲକ୍‌ଡାଉନ୍‌ ହେବାରୁ ଗ୍ରାହକ ମିଳିଲେ ନାହିଁ, ସଞ୍ଚିତ ଅର୍ଥ ବି ଶେଷ ହୋଇ ଆସିଲା। ତେଣୁ ସେ ସହର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର