ଗରମରେ ବି କରୋନା ଭାଇରସ୍‌ ତିଷ୍ଠି ରହିବ

ନୂଆଦିଲ୍ଲୀ : ଟାଣ ଖରା ହେ‌ଲେ କରୋନା ଭାଇରସ୍‌ର ପ୍ରଭାବ କମିଯିବ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି। କିନ୍ତୁ କିଛି ବିଶେଷଜ୍ଞ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାପମାତ୍ରା ସହ କରୋନା ଭାଇରସ୍‌ର କିଛି ସଂପର୍କ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଡବ୍ଲ୍ୟୁଏଚ୍‌ଓ ମଧ୍ୟ କହିଛନ୍ତି ଥଣ୍ଡା ହେଉ କି ଗରମ କରୋନା ଭାଇରସ୍‌ ଉପ‌ରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ଏଭଳି ସ୍ଥିତିରେ ଭାରତର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଚେତାବନୀ ଦିଆଯାଇ କୁହାଯାଇଛି ଯେ ଖରା ହେଲେ ଯେ କରୋନା ଭାଇରସ୍‌ର ପ୍ରଭାବ କମିଯିବ ତାହା ଭାବିବା ଭୁଲ୍‌ । ଏନେଇ କେବଳ ଆକଳନ କରାଯାଉଛି କିନ୍ତୁ ‌କିଛି ସ୍ପଷ୍ଟ ହୋଇନାହିଁ। ଉଚ୍ଚ ତାପମାତ୍ରାରେ କରୋନା ନଷ୍ଟ ହୋଇଯିବ ବୋଲି ଯେଉଁ ବିଶ୍ବାସ କରାଯାଉଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଆହୁରି ଅଧ୍ୟୟନ ଜାରି ରହିଛି। ଅନ୍ୟପକ୍ଷେ ଚୀନ୍‌ରେ ନିକଟରେ ହୋଇଥିବା ଏକ ଅଧ୍ୟୟନ‌ରୁ ଜଣାପଡ଼ିଛି ଯେ, ଚୀନ୍‌ରେ ତାପମାତ୍ରା ବଢ଼ିବା ପରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମିଛି।

ସମ୍ବନ୍ଧିତ ଖବର