ଦେଖନ୍ତୁ କିପରି ଅଟୋରିକ୍ସାରେ ବୁହା ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ମୃତଦେହ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣିଥରେ କୋଭିଡ ଗାଇଡଲାଇନ୍‌ର ଉଲଂଘନ୍ନ ହୋଇଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ତେଲେଙ୍ଗାନାର ଗାଜିଆବାଦସ୍ଥିତ ସରକାରୀ ହସ୍ପିଟାଲରେ ଘଟିଛି। କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ତାଙ୍କର ଜଣେ ସମ୍ପର୍କୀୟ ଏକ ଅଟୋରିକ୍ସାରେ ରଖି ଅନ୍ତିମ ସଂସ୍କାର ପାଇଁ ନେଇଯାଉ ଥିବା ଦେଖିବାକୁ ମିଳିଛି।

ଗାଜିଆବାଦର ସରକାରୀ ହସ୍‌ପିଟାଲ୍‌ର ଅଧୀକ୍ଷକ ଡାକ୍ତର ନାଗେଶ୍ୱର ରାଓଙ୍କ କହିବାନୁସାରେ, ୫୦ ବର୍ଷର ଜଣେ ରୋଗୀଙ୍କୁ ଜୁନ ୨୭ ତାରିଖରେ ନିଜାମାବାଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା ମୃତକଙ୍କ ଜଣେ ସମ୍ପର୍କୀୟ ଉକ୍ତ ହସ୍‌ପିଟାଲ୍‌ରେ କାମ କରୁଥିବାରୁ ତାଙ୍କ ଅନୁରୋଧ କ୍ରମେ ଶବକୁ ତାଙ୍କୁ ଦିଆଯାଇଥିଲା। ମୃତକଙ୍କ ସମ୍ପର୍କୀୟ ଶବଗୃହରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସାହାଯ୍ୟରେ ମୃତଦେହକୁ ଅଟୋ ରିକ୍ସାରେ ରଖି ନେଇ ଯାଇଥିଲେ।

କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ରୋଗୀଙ୍କୁ ପୁଲିସ ସୁରକ୍ଷାରେ ଆମ୍ବୁଲାନ୍ସରେ ପଠାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ମୃତକଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବ ତାଙ୍କର ନିଜର ଏକ ଅଟୋ ଅଛି। ସେଥିରେ ସେ ଏହି ମୃତଦେହକୁ ନେଇ ଯିବେ ବୋଲି କହିଥିଲେ। ମୃତକ ପରିବାର ଭୀମଗାଲ ଗ୍ରାମରେ ବସବାସ କରନ୍ତି। କିନ୍ତୁ ସେ ମୃତଦେହକୁ ନିଜାମାବାଦରେ ସଂସ୍କାର କରିଥିଲେ। ଯାଞ୍ଚ ପୂରା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ତେଲେଙ୍ଗାନାରେ ଏଯାବତ ୩୨,୨୨୪ଜଣ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୯, ୨୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଦୁଃଖ ବିଷୟ ୩୩୯ଜଣ ରୋଗୀ କରୋନା ଯୁଦ୍ଧରେ ହାରି ଯାଇଥିବା ରିପୋର୍ଟ ରହିଛି।

ସମ୍ବନ୍ଧିତ ଖବର